September 27, 2023

Times One Odia

Odia News Portal

ଲଭ୍ ଜେହାଦ ରୋକିବାକୁ ଆଗାମୀ ଅଧିବେଶନରେ ଆସିବ ଆଇନ, ରହିବ କଠୋର ଦଣ୍ଡ: ଜାଣନ୍ତୁ କେଉଁଠି ?

ଲଭ୍ ଜେହାଦ୍ ରୋକିବାକୁ ଆସନ୍ତା ବିଧାନସଭା ଶୀତ ଅଧିବେଶନରେ ଆଇନ ଆଣିବାକୁ ସଜବାଜ ହଉଛନ୍ତି ମଧ୍ୟପ୍ରଦେଶ ସରକାର । ଏ ନେଇ ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା । ଲଭ୍ ଜେହାଦକୁ ମୁକାବିଲା କରିବାରେ ଦେଖା ଦେଉଥୀବା ସମସ୍ୟାକୁ ଦୂର କରିବାକୁ ଆଗାମୀ ଅଧୀବେଶନରେ ଶିବରାଜ ସିଂ ସରକାର ବିଲ୍ ଆଣିବେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଏ ଦିଗରେ ସରକାର ବିଚାର କରୁଥିବା କହିଥିଲେ । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ମଙ୍ଗଳବାର ଏନେଇ ସରକାର ବିଲ୍ ଆଣିବାକୁ ପ୍ରସ୍ତୁତ ହେଉଥିବା କହିବା ପରେ , ମଧ୍ୟପ୍ରଦେଶରେ ସରକାର ଲଭ୍ ଜେହାଦ ରୋକିବାକୁ ଆଭିମୁଖ୍ୟ କଠୋର କରିଥିବା ସ୍ପଷ୍ଟ ହୋଇଛି ।
ମଧ୍ୟପ୍ରଦେଶ ଧର୍ମ ସ୍ବତନ୍ତ୍ରତା ବିଧେୟକ ନାଁରେ ସରକାର ଏହି ବିଲ୍ ଆଣିବେ । ଏହି ଘଟଣାରେ ୫ ବର୍ଷ ଯାଏଁ ସଶ୍ରମ କାରାଦଣ୍ଡ ବ୍ୟବସ୍ଥା ରଖାଯିବ ବୋଲି ଭୋପାଲରେ ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ।

Leave a Reply

Your email address will not be published. Required fields are marked *