ଆସିଲେ, ହାଣିଲେ, ଲୁଟିଲେ

ଢେଙ୍କାନାଳ: ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାମର୍ଦ। ଗାଁରୁ ଆଜି ଦିନ ପ୍ରାୟ ୨ଟା ୩୦ ବେଳକୁ ଟାଟା ଫାଇନାନ୍ସ କମ୍ପାନୀ କର୍ମଚାରୀମାନେ ପଇସା କଲେକ୍ସନ କରି ଫେରୁଥିବା ବେଳେ ମୁକ୍ତାପଶି ଗାଁ ମଝିରେ ଥିବା ଜଙ୍ଗଲିଆ ଜାଗାରେ ହଠାତ ପଛରୁ ଗୋଟିଏ ବ୍ଲୁ ରଙ୍ଗର ପଲସର ଆସି ଆଗରେ ରହିଗଲା।କର୍ମଚାରୀ ମହେନ୍ଦ୍ର ସାଗର ବାରିକ ଓ ତାଙ୍କ ସହିତ ଯାଇଥିବା ମନୋଜ ନାୟକ। ଦୁର୍ବୁତ୍ତଙ୍କ ଗାଡ଼ିରେ ଥିଲେ ୩ଜଣ ମୁଖା ପିନ୍ଧା ଯୁବକ। ଅତର୍କିତ ଭାବରେ ଭୁଜାଲି ଆଉ ଖଣ୍ଡାରେ ଆକ୍ରମଣ କରିବା ସାଙ୍ଗକୁ ବନ୍ଧୁକ ଦେଖାଇ କର୍ମଚାରୀଙ୍କ ଠାରୁ ନେଇଗଲେ ୪୩ ହଜାର ଟଙ୍କା ଆଉ ମୋବାଇଲ। ଗାଡିର ଚାବି ନେଇଗଲେ ଆଉ ଦ୍ରୁତ ଗତିରେ ମୁକ୍ତାପଶି ଆଡକୁ ପଳାଇ ଗଲେ। ଆହତମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିବା ପରେ କାମାକ୍ଷାନଗର ମେଡ଼ିକାଲରେ ଭର୍ତି କରାଯାଇଛି।