ଲୁଟେରାଙ୍କ କବଜାରେ ଖଣ୍ଡପଡ଼ା ସୁନାମୁହିଁ ପରିବେଶ ପର୍ଯ୍ୟଟନସ୍ଥଳୀ
1 min read
ଖଣ୍ଡପଡ଼ା(ଅଙ୍କିତା ପ୍ରିୟଦର୍ଶିନୀ): ସରକାର କା ମାଲ ଦରିଆ ମେ ଡାଲ। ଏହି ଉକ୍ତିଟିର ଯଥାର୍ଥତା ଏବେ ଖଣ୍ଡପଡ଼ା ସହରର ଉପକଣ୍ଠରେ ଅବସ୍ଥିତ ସୁନାମୁହିଁ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ଦେଖିବାକୁ ମିଳିଛି। ଏକଦା ଏଠାରେ ଲୋକାରଣ୍ୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏବେ କୋଭିଡ-୧୯ ପରିସ୍ଥିତି ଯୋଗୁଁ ପର୍ଯ୍ୟଟନ ସ୍ଥଳୀ ପରିବେଶ ଖାଁ ଖାଁ ଲାଗୁଛି। ଦୁଇବର୍ଷ ତଳେ ଏହି ସ୍ଥାନରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଥିଲା ଶାରୀରିକ ବ୍ୟାୟାମ ନିମନ୍ତେ ଅନେକ ମୂଲ୍ୟବାନ ଉପକରଣ ସେଠାରେ ସ୍ଥାପନ କରାଯାଇଥିଲା। ମାତ୍ର ସେହିସବୁ ଉପକରଣ ଗୁଡିକ ଏବେ ଆଉ ସେଠାରେ ଦେଖିବାକୁ ମିଳୁନାହିଁ।ଚୋର,ତସ୍କର ଓ ଲୁଟେରା ମାନେ ପର୍ଯ୍ୟଟନ ସ୍ଥଳୀ ପରିସରରୁ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହେଉଛି। ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଖଣ୍ଡପଡ଼ା କ୍ଷୁଦ୍ର ଜଳସେଚନ ବିଭାଗ ସରକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀଟିର ସୁରକ୍ଷା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଯେତିକି ଧ୍ୟାନ ଦେବାକଥା ତାହା ଦେଇନଥିବାରୁ ଆଜି ଏହିଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ସାଧାରଣରେ ଅଭିଯୋଗ ହେଉଛି ତେଣୁ ଏଥିପ୍ରତି ଦାଇକିଏ ପ୍ରଶାସନ ନା ବିଭାଗୀୟ କର୍ତ୍ତୃପକ୍ଷ ଏନେଇ ଖଣ୍ଡପଡ଼ା ସହରବାସୀଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି।