September 21, 2023

Times One Odia

Odia News Portal

ଦିନ ଦ୍ୱିପହରରେ ବ୍ୟବସାୟୀଙ୍କଠୁ ଲୁଟ

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଦିନ ଦ୍ୱିପହରରେ ଜଣେ ବ୍ୟବସାୟୀ ଙ୍କ ବାଇକରୁ ଅଢେଇ ଲକ୍ଷ୍ୟ ଟଙ୍କା ଚୋରି ହେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ସୋମବାର ଦିନ ପ୍ରାୟ ୧୨ ଟା ସମୟ ରେ। ବ୍ୟବସାୟୀ ଜଣ ଙ୍କ ଆଜି ଏହି ଘଟଣା ପରିବାର ଲୋକ ଙ୍କୁ ଜଣେଇବା ପରେ ପଦାକୁ ଆସିଲା। ବ୍ୟବସାୟୀ ଙ୍କ ନାମ ହେଲା ସଞ୍ଜୟ ତ୍ରିପାଠୀ ଓ ସେ ଉମରକୋଟ ସହର ଗୁଲି ପାଟଣା ସାହି ରେ ରୁହନ୍ତି।

ସଞ୍ଜୟ ତେଲ ନଦୀ ଗ୍ରାମ ଠାରେ ଏକ କିରାନା ଦୋକାନ କରି ଜୀବିକା ନିର୍ବାହ କରନ୍ତି। ସୋମବାର ଦିନ ସେ କିଛି କିରାନା ସାମଗ୍ରୀ କିଣିବା ପାଇଁ ଉମରକୋଟ ଆସିଥିଲେ। ପୁରୁଣା ବସ ଷ୍ଟାଣ୍ଡ ଠାରେ ଥିବା ଏକ ବ୍ୟବସାୟୀ ଙ୍କ ଦୋକାନ ଠାରୁ ସଉଦାକିଣି ସାଙ୍ଗରେ ନେଇଥିବା ଏକ ଅଟୋ ବାଲାଙ୍କୁ ସାମଗ୍ରୀ ଲୋଡ କରି କହିବା ସହ ଆନ୍ଧ୍ରା ବ୍ୟାଙ୍କ୍ କୁ ଟଙ୍କା ଉଠେଇବା ପାଇଁ ଯାଉଛି ବୋଲି କହି ବ୍ୟାଙ୍କ କୁ ଯାଇଥିଲେ। ସେଠାରେ ଆଉ କିଛି ସାମଗ୍ରୀ କିଣିବା ପାଇଁ ଗୁଲି ପାଟଣା ଏକ ଦୋକାନ କୁ ଆସିଥିଲେ ଓ ପଛେ ପଛେ ଅଟୋବାଲା କୁ ଆସିବା ପାଇଁ କହିଥିଲେ। ଅଟୋ ସାମନା ରେ ଟଙ୍କା ବେଗ ଟି କୁ ବାଇକ ହେଣ୍ଡଲ ରେ ଲଗେଇ ଦୋକାନ କୁ ଯାଇଥିଲେ। ମାତ୍ର ୨ ମିନିଟ୍ ରେ ଆସିବା ବେଳକୁ ଆଉ ଟଙ୍କା ବ୍ୟାଗଟି ନ ଥିଲା କି ହେଲ ମେଟ ମଧ୍ୟ ନ ଥିଲା।

ତେବେ ଜଣେ ଯୁବକ ଏହି ଟଙ୍କା ବେଗ ଓ ହେଲମେଟ ନେଉଥିବା ଦୃଶ୍ୟ ଦୋକାନ ପାଖରେ ଲାଗିଥିବା ସି ସି ଟି ଭି କେମେରା ରେ କୈଦ୍ ହେଇଯାଇଥିଲା। ତେବେ ଚୋରି ଘଟଣା ଅଟୋ ସାମନା ରେ ହୋଇଥିବା ଦୃଶ୍ୟ ଉତ୍ତୋଳନ ହେଇଛି ଓ ଏହି ସମୟରେ ଅଟୋ ବାଲ। ଅଟୋ ଭିତରେ ବସିଥିଲେ। ତେବେ ତୁରନ୍ତ ସଞ୍ଜୟ ଉମରକୋଟ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଉମରକୋଟ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଦେଇଥିଲେ। ସନ୍ଦେହ ଅଟୋ ବାଲା କୁ ଦିନ ତମାମ କାଲି ଥାନାରେ ଅଟକ ରଖି ପୋଲିସ ଛାଡ଼ିଦେଇଚି।

ଉମରକୋଟ ଥାନା ଅଧିକାରୀ ନରେଶ ପ୍ରଧାନ ଙ୍କୁ ପଚାରିବାରୁ ଏଥିପାଇଁ ଏକ ଟିମ ଗଠନ କରାଯିବା ସହ ସି ସି ଟି ଭି ଫୁଟେଜ୍ କୁ ନିକଟସ୍ଥ ସମସ୍ତ ଥାନା କୁ ପଠାଯାଇଛି ଓ ମୁ ନିଜେ ଏହି କେଶ୍ ମୋନିଟରିଂ କରୁଛି ବୋଲି କହିଥିଲେ। ଏପରି ଟଙ୍କା ଲୁଟ ଘଟଣା ବାରମ୍ବାର ଘଟିବା ପରେ ଉମରକୋଟ ଥାନା ତରଫ ରୁ ସମସ୍ତ ବ୍ୟାଙ୍କ୍ ସ।ମାନାରେ ପୋଲିସ କିଛି ଦିନ ପାଇଁ ମୃତୟନ କରାଯାଇଥିଲା। ତେବେ ଏଠାରେ ସବୁବେଳେ ଏପରି ଲୁଟ୍ ଘଟଣା ଘଟି ଚାଲିଥିବା ବେଳେ ପୋଲିସ ଚୋର କୁ ଧରିବା ରେ ସଫଳ ହୋଇପାରୁନି ଫଳରେ ଚୋର ଙ୍କ ସାହସ ବଢିବାରେ ଲାଗିଛି ଓ କିଛି ଦିନ ବ୍ୟବଧାନ ମଧ୍ୟରେ ଏପରି ଘଟଣା ବାରମ୍ବାର ଘଟିବା ରେ ଲାଗିଛି। ତୁରନ୍ତ ଉମରକୋଟ ପୋଲିସ ଏହି ଘଟଣା ର ଚୋର କୁ ଧରିବା ପାଇଁ ସାଧାରଣ ରେ ଦୃଢ ଦାବି ହେଉଛି। ତେବେ ଏହି ଚୋର ଘଟଣା ରେ ଅଟୋବାଲା ର ଭୂମିକା କଣ ଥିଲା ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି ଉମରକୋଟ ଆଇଆଇସି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *