ହିନ୍ଦୁସ୍ଥାନଗ୍ରୁଫ କମ୍ପାନୀ ସେଲ୍ସମ୍ୟାନକୁ ଛୁରାମାଡ଼ କରି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୃବୁତ୍ତ

ମୟୁରଭଞ୍ଜ(ଅବିନାଶ ମହାନ୍ତି): ସ୍ପଷ୍ଟ ଦିବାଲୋକରେ ଜନଗହଳି ପୂର୍ଣ୍ଣ ଅଞ୍ଚଳ ରୁ ଲୁଟ କଲେ ଦୃବୁତ୍ତ । ବେତନଟୀ ବସଷ୍ଟାଣ୍ତରେ ଆଜିଦିନ ପ୍ରାୟ ତିନିଟା ସମୟରେ ହିନ୍ଦୁସ୍ଥାନ ଲିଭରର ସେଲ୍ସମ୍ୟାନ ଗୋପିନାଥ ବେହେରା ବ୍ୟବସାୟିମାନଙ୍କ ଠାରୁ ଟଙ୍କା ଆଦାୟ କରି ଚାଲିଚାଲି ନିଜ କମ୍ପାନୀ ଗାଡି ପାଖକୁ ଯାଉଥିବା ସମୟରେ ଘଟିଛି ଘଟଣା । ଜଣେ ଦୃର୍ବୁତ୍ତ ଗୋପିନାଥର ଡାହାଣ ହାତକୁ ଲକ୍ଷ୍ୟ କରି ହଠାତ ଛୁରି ଦ୍ବାରା ଆକ୍ରମଣ କରି ଟଙ୍କା ବ୍ଯାଗକୁ ଛଡାଇ ନେଇଥିଲା ବେଳେ ଅନ୍ୟଜଣେ ଦୁର୍ବୃତ୍ତ ଏକ ହୋଣ୍ତାସାଇନ ବାଇକ୍ ଦ୍ବାରା ଆକ୍ରମଣକାରୀ ଯୁବକକୁ ନେଇ ପଳାଇଥିଲା ।
ଖବରପାଇ ଘଟଣାସ୍ଥଳରେ ବେତନଟୀଥାନା ପୋଲିସ ପହଞ୍ଚି ଆଖପାଖର ସିସି ଟିଭି ଫୁଟେଜ ଯାଞ୍ଚ କରି ଅଧିକ ତଦନ୍ତ ଚଳାଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଲୁଟେରା ଦୁର୍ବୃତ୍ତ ମାନଙ୍କର କୌଣସି ପତ୍ତା ପାଇପାରିନଥିବା ବେଳେ ଦୁର୍ବୃତ୍ତଙ୍କୁ ଠାବ କରିବା ପାଇଁ ସମସ୍ତପ୍ରକାର ଉଦ୍ୟମ ଚଳାଇଛି ବେତନଟୀ ଥାନା ପୋଲିସ।