ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲା ରାଇକିଆରୁ ୨୨ ଲିଟର ବିଦେଶୀ ମଦ ଜବତ କରାଯାଇଛି।ଏଥିସହ ଜଣକୁ ଗିରଫ କରିଛି ପୋଲିସ। ଗିରଫ ଜଣକ ହେଲେ ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗାଁର ଯୁବରାଜ ମଲ୍ଲିକ। କୌଣସି ସୂତ୍ରରୁ ଖବର ପାଇଁ ରାଇକିଆ ପୋଲିସ ଯୁବରାଜଙ୍କ ଘର ଉପରେ ଚଢ଼ାଉ କରିଥିଲେ। ରାଇକିଆ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।