September 28, 2023

Times One Odia

Odia News Portal

ଜରି ପଲିଥିନ ତଳେ ବିତୁଛି ଜୀବନ: ଆହାଃ କରିବାକୁ କେହି ନାହିଁ

1 min read

ଅସ୍ତରଙ୍ଗ(ପ୍ରସନ୍ନ ଜେନା): ପୁରୀ ଜିଲ୍ଲା କାକଟପୁର ବ୍ଲକର ଓଥକା ପଞ୍ଚାୟତ ଚନପୁର ଗ୍ରାମର ବତାସି କାଣ୍ଡିଙ୍କ କଥା l ତାଙ୍କ ବୟସ ପାଖା ପାଖି ୭୦ବର୍ଷ ହେବ | ନାଁ ଅଛନ୍ତି ସ୍ୱାମୀ ନାଁ ଅଛନ୍ତି ପିଲାଛୁଆ।ସମସ୍ତଙ୍କୁ ହରାଇ ସେ ବେସାହାରା l ଏବେ ଏକା ଭଗବାନ ଭରସାରେ ଭଙ୍ଗା ଦଦରା କୁଡ଼ିଆରେ ପଡି ରହିଛନ୍ତି |
ପେଟକୁ ଦିଓଳି ଦିମୁଠା ଖାଇବାକୁ ଯୋଗାଡ଼ କରିବାକୁ ହେଉଛି କାଠିକର ପାଠ । ଏ ହଉଛି ବତାସୀ କାଣ୍ଡିଙ୍କ କରୁଣ କାହାଣୀ।
ଏଣେ ପେଟ କଷ୍ଟ,ତେଣେ ଭଙ୍ଗା କୁଡ଼ିଆର ଦୁଃଖ l ବର୍ଷା ହେଲେ ଘର ଭିତରେ ହୁଏ ବନ୍ୟା l କହିଲେ ନ ସରେ | ।ଇନ୍ଦିରା ଆବାସରେ ଘର ଖଣ୍ଡିଏ ପାଇବା ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ବ୍ଲକପ୍ରଶାସନ ପର୍ଯ୍ୟନ୍ତ ନେହୁରା ହୋଇ ଦୀର୍ଘ ଦିନରୁ ଗୁହାରୀ କରି ଆସୁଥିଲେ ହେଁ କେହି ଶୁଣିବାକୁ ନାହାନ୍ତି ତାଙ୍କ ଦୁଃଖ ।
ଏବେ କାହା ଆଗରେ କହିବେ, କିଏ ଶୁଣିବ ଦୁଃଖ । ବୃଦ୍ଧା ବିଧବା ବତାସି କଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ ନୁହନ୍ତି ? ତେବେ ସରକାରଙ୍କ ମାଳ ମାଳ ଯୋଜନା କାହାପାଇଁ ?
ସେ କାନ୍ଦି କାନ୍ଦି କୁହନ୍ତି ଯେ , ଆବାସ ଯୋଜନା,ପକ୍କାଘର ତାଙ୍କ ପାଇଁ ସାତ ସପନ | ସରପଞ୍ଚ କୁଆଡେ କହୁଛନ୍ତି ତୋର ବା ଘର କଣ ହେବ, ଆଉ କେତେ ଦିନ ବଞ୍ଚିବୁ,! ତେବେ ଦେଖାଯାଉ ଖବର ପ୍ରସାରଣ ପରେ ବତାସୀଙ୍କ ପାଇଁ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି |

Leave a Reply

Your email address will not be published. Required fields are marked *