କରୋନା କଟକଣା ମଧ୍ଯରେ ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ପାଳିତ

ଜି. ଉଦୟଗିରି(ଅରୁଣ ଷଡ଼ଙ୍ଗୀ: କରୋନା ମହାମାରୀ ଯୋଗୁ ଦୂର୍ଗା ପୂଜା କେବଳ ରିତିନୀତିରେ ସଂପୂର୍ଣ୍ଣ ହୋଇଥିବା ବେଳେ,
ଗଜଲକ୍ଷ୍ମୀ ପୂଜା ମଧ୍ଯ କରୋନା କଟକଣା ମଧ୍ଯ ରେ କେବଳ
ରିତିନୀତି ସଂପୂର୍ଣ୍ଣ କରିବାକୁ ଅନୁମତି ମିଳିଛି। ଜି. ଉଦୟଗିରି ସହରରେ ଚଳିତ ବର୍ଷ ବରାଳିନୀ ମାର୍କେଟ ପୂଜା କମିଟି, ଲକ୍ଷ୍ମୀ ବଜାର ପୂଜା କମିଟି, ପଦାସାହୀ ସାହୀ ପୂଜା କମିଟି କରୋନା କଟକଣା ମଧ୍ଯରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। କରୋନା ମହାମାରୀ ଯୋଗୁ ପୂଜା ମଣ୍ଡପ ଗୁଡିକ ଚାରି ପାଖ ବନ୍ଦ ରହିଥିବା ବେଳେ ସାଧାରଣ ଦର୍ଶନ ବନ୍ଦ ରହିଛି। କୌଣସି ପୂଜା ମଣ୍ଡପରେ ସାଂସ୍କୃତିକ କାଯ୍ଯକ୍ରମ ନଥିବା ବେଳେ, ଭସାଣି ଉତ୍ସବ ମଧ୍ଯ ନାହିଁ। କେବଳ କମିଟି କର୍ମକର୍ତ୍ତା କଂ ମଧ୍ଯ ରେ ପୂଜା ରିତିନୀତି ସଂପନ୍ନ ହୋଇଛି। ବରାଳିନୀ ପୂଜା କମିଟି ସଭାପତି ଅରୁଣ କୁମାର ଷଡଗିଂ, ସଂପାଦକ ଶିବରାମ ପାତ୍ର ଦାଇତ୍ୱ ରେ ରହିଥିବା ବେଳେ, ଲକ୍ଷୀବଜାର ପୂଜା କମିଟି ତରଫରୁ
ସଭାପତି ପ୍ରତାପ ପଣ୍ଡା, ସଂପାଦକ ସୁରେନ୍ଦ୍ର କୁମାର ଦାଶ ପୂଜା ଦାଇତ୍ୱ ରେ ରହିଛନ୍ତି। ପଦାସାହୀ ପୂଜା କମିଟି ତରଫରୁ ସଭାପତି ଭାଗବତ ଆର୍ଜେଲି, ସଂପାଦକ ପ୍ରସାନ୍ତ ବଗର୍ତୀ ପ୍ରମୁଖ ଦାଇତ୍ୱ ରେ ରହିଛନ୍ତି। ପାର୍ବଣ କୁ ଆଖିରେ ରଖି ପୁଲିସ୍ ପକ୍ଷରୁ କରୋନା କୁ ରୋକିବା ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛି। ପୁଲିସ୍ ପକ୍ଷରୁ ସହରରେ ସଚେତନ ଶୋଭାଯାତ୍ରା କରାଯାଇ, ଅଯୋଥା ରେ ବଜାର କୁ ନ ବାହାରି ଘରେ ଉତ୍ସବ ପାଳନ କରିବା ପାଇଁ ଅନୁରୋଧ କରାଯାଇଛି।