ବିଜେଡ଼ି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

ଭଞ୍ଜନଗର(ସମୀର ମହାପାତ୍ର): ଗଂଜାମ ଜିଲ୍ଲା ସୋରଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ତରଫରୁ ସୋରଡ଼ା ବିଧାୟକ ପୁର୍ଣ ଚନ୍ଦ୍ର ସ୍ୱାଇଁ ଙ୍କ କୁଶପୁତଳିକା ଦାହ ସ୍ମାରକପତ୍ର ପ୍ରଦାନ।ସୋରଡ଼ା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପାର୍ଥି ନୀଳମଣି ବିଷୋୟୀ ଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ହାତରେ ଦଳୀୟ ପତାକା ଓ ପ୍ଲାଗ କାର୍ଡ ଧରି ବିଜେଡି ବିଧାୟକ ପୁର୍ଣ ଚନ୍ଦ୍ର ସ୍ୱାଇଁ ଙ୍କ ବିରୋଧରେ ଆଦିବାସୀ ଓ ସରକାରୀ ଜମି ହଡ଼ପ କରି ରଖିଥିବା ପ୍ରତିବାଦରେ ସୋରଡ଼ା ସହର ପରିକ୍ରମା କରି ବିଭିନ୍ନ ନାରାବାଜି ଦେଇ କୁଶପୁତଳିକା ଦାହ କରିଛନ୍ତି।ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ସହ ମିଶି ସୋରଡ଼ା ବିଧାୟକ ବହୁ ବେଆଇନ ଜମି କିଣିଛନ୍ତି ତାହାର ସିବିଆଇ ତଦନ୍ତ ଦାବି କରି ଏକ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ତହସିଲଦାର ଙ୍କୁ ପ୍ରଦାନ କରିଛି ବିଜେପି।ଏହି ପ୍ରତିବାଦ ସଭାରେ ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ,ନୀଳମଣି ବିଷୋୟୀ,ରଞ୍ଜନ ପୋଲାଇ,ବହୁ କର୍ମୀ ଯୋଗଦେଇଥିଲେ।
ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସୋରଡ଼ାରେ ବିଧାୟକ ହେବାପର ଠାରୁ ବହୁ ଆୟବହିର୍ଭୁତ ସମ୍ପତି ଠୁଳ କରି ରଖିଛନ୍ତି।ସାଧାରଣ ଲୋକଙ୍କୁ ଡରେଇ ଧମକେଇ ବହୁ ଜମି ଜବର ଦଖଲ କରି ଜମିବାଡ଼ି,କୋଠା,ଦୁଇଟି ମୋଟର ସାଇକେଲ ସୋରୁମ,ମଦ କାଉଣ୍ଟର କରି ନିଜର ପତିଆରା ବିସ୍ତାର କରି ଚାଲିଥିବା କହିଛନ୍ତି ବିଜେପି ବିଧାୟକ ପାର୍ଥି।