ଡିସେମ୍ବର ୨୮ରେ ଦେଶରେ ଗଡିବ ୧୦୦ ତମ କିଷାନ ରେଳ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୮ ରେ ଦେଶରେ ୧୦୦ ତମ କିଶାନ ରେଳର ଶୁଭାରମ୍ଭ କରିବେ । ଭିଡିଓ କନଫରେନ୍ସ ମାଧ୍ୟମରେ ମହାରାଷ୍ଟ୍ରର ସାଙ୍ଗୋଲା ଠାରୁ ପଶ୍ଚିମବଙ୍ଗର ଶାଲିମାର ପର୍ଯ୍ୟନ୍ତ ୧୦୦ ତମ କିଷାନ ରେଳ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏବଂ ପୀୟୁଷ ଗୋୟଲ ମଧ୍ୟ ଉପସ୍ଥିତ ରହିବେ ।ବହୁମୂଖୀ ମାଲବାହୀ ଟ୍ରେନ ସେବାରେ ଫୁଲକୋବି, କ୍ୟାପ୍ସିକମ, କୋବି, ସଜନା, ଲଙ୍କା, ପିଆଜ ଇତ୍ୟାଦି ପରିବା ସହିତ ଅଙ୍ଗୁର, କମଳା, ଡାଳିମ୍ବ, ବନ୍ଧାକୋବି, କଷ୍ଟାର୍ଡ ଆପଲ ଇତ୍ୟାଦି ଫଳ ପରିବହନ ହେବ । ସମସ୍ତ ଷ୍ଟପେଜ ଷ୍ଟେସନରେ ନଷ୍ଟ ହୋଇଯାଉଥିବା ଦ୍ରବ୍ୟର ଲୋଡିଂ ଏବଂ ଅନଲୋଡିଂ ପାଇଁ ଅନୁମତି ଦିଆଯିବ । ସାମଗ୍ରୀର ଆକାରରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଫଳ ଓ ପନିପରିବା ପରିବହନରେ ଭାରତ ସରକାର ସବସିଡି ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି ।
ପ୍ରଥମ କିଷାନ ରେଳ ୭ ଅଗଷ୍ଟ, ୨୦୨୦ରେ ଦେବଲାଲୀରୁ ଦାନାପୁର ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ସ୍ଥିର ହୋଇଥିଲା, ଯାହାକି ମୁଜାଫରପୁର ପର୍ଯ୍ୟନ୍ତ ପୁଣି ବୃଦ୍ଧି କରାଯାଇଥିଲା । କୃଷକଙ୍କ ସକାରାତ୍ମକ ପ୍ରତିକ୍ରିୟା ଫଳରେ ଏହାର ଚଳାଚଳକୁ ମଧ୍ୟ ସପ୍ତାହରେ ଗୋଟିଏ ଦିନରୁ ତିନି ଦିନକୁ ବୃଦ୍ଧି କରାଯାଇଥିଲା । ସମଗ୍ର ଦେଶରେ କୃଷିଜାତ ଦ୍ରବ୍ୟର ଦ୍ରୁତ ପରିବହନକୁ ସୁନିଶ୍ଚିତ କରିବାରେ କିଷାନ ରେଳ ଏକ ଯୁଗାନ୍ତକାରୀ ପଦକ୍ଷେପ ।