କୃଷକ ଶ୍ରମିକ ବିରୋଧୀ ନୀତିକୁ ନେଇ ଜଳୁଛି ସାରା ଦେଶ

କାକଟପୁର(ଅଲେଖ ବିଶ୍ୱାଳ): କେନ୍ଦ୍ର ସରକାରଙ୍କ କୃଷକ ଶ୍ରମିକ ବିରୋଧୀ ନୀତି ୨୦୨୦ କୁ ନେଇ ସାରା ଦେଶରେ ଜଳୁଛି ନିଆଁ।ସବ୍ କା ସାଥ୍ ସବ୍ କା ବିକାଶ ନାଁ ଶୋଗ୍ଳାନ ଦେଇ ମୋଦି ଦେଶକୁ ଚୂନ ଲଗେଇ ଲେଣି। ଏହି ପରିପ୍ରେକ୍ଷୀରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଅଲ ଇଣ୍ଡିଆ ଅଗ୍ରଗାମୀ କୃଷକ ପୁରୀ ଶାଖା ତରଫରୁ କାକଟପୁର ସମେଶ୍ବର ପୀଠ ରେ ସାରା ଜିଲ୍ଲା ରୁ କୃଷକ ଭାଇମାନେ ଏକାଠି ହୋଇ ଆସନ୍ତା ନଭେମ୍ବର ୨୬ ୨୭ ତାରିଖ ଦିନ ସାରା ଭାରତରେ ଅଖ ଚକ ବନ୍ଦ କରାଯିବ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜ୍ୟୋତି ରଞ୍ଜନ କହିଥିଲେ ଏ ଆଇନ ଗରିବ ଖଟିଖିଆଙ୍କ ପେଟକୁ ଲାତ ସଦୃଶ ଏ ଅପାରଗତା ସରକାର ବିରୋଧରେ ହରତାଲ କୁ ସମର୍ଥନ ପାଇଁ ଆହ୍ବାନ ଦେଇଥିଲେ ।
ସାମାଜିକ ଦୂରତା ରଖି ମାସ୍କ ପିନ୍ଧି କୋଣ ଅନୁକୋଣରୁ ଆସିଥିବା ଶ୍ରମିକ କୃଷକ ମାନେ ଶପଥ କଲେ। ଏହି ବାର୍ତ୍ତା ଘରେ ଘରେ ପହଞ୍ଚିବ ଅପରପକ୍ଷରେ ବିଜେପି ଉପସଭାପତି ଇଂ ପ୍ରଭାତ ବିଶ୍ୱାଳ କହିଛନ୍ତି ବିରୋଧ କରିବାକୁ କାହାକୁ ମନା ନାହିଁ ହୀନ ରାଜ୍ୟନୀତି ଲୋକଙ୍କ ଭରସାସହ ଖେଳ ଖେଳନାହିଁ। ଏବେ ସାରା ଭାରତରେ ଘରେ ଘରେ ମୋଦି।