ଲକ୍ଷାଧିକ ଟଙ୍କାର ସଗୁଆନି କାଠ ଜବତ

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଟକ ଜିଲ୍ଲା ଡାଳିଯୋଡା ରେଞ୍ଜ ସଫା ସେକ୍ସନ ଅନ୍ତର୍ଗତ ହରିଡାପାଳ ଜଙ୍ଗଲ ଭିତରୁ ବନ ବିଭାଗ ଲକ୍ଷାଧିକ ଟଙ୍କାର ଚୋରା ଶାଗୁଆନ କାଠ ଜବତ କରିଛି। ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଁ ଫରେଷ୍ଟର ଚନ୍ଦ୍ର ଶେଖର ଦାସ, ରବିନ୍ଦ୍ର ନାୟକ ଓ ତାଙ୍କ ଟିମ୍ କାଠ କଟା ଯାଉଥିବା ହରିଡାପାଳ ଜଙ୍ଗଲ ଭିତରେ ଚଢାଉ କରି ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସାଗୁଆନି କାଠ ଜବତ କରିଛି। ହେଲେ ଏକାଠଟି କାହାର ଜଣାପଡିନଥିବା ବେଳେ ଦିର୍ଘ ଦିନ ହେବ ଏହି ଚୋରା କାଠ ମାଫିଆ ମାନେ ଚୋରା କାରବର ଚଳାଇ ଆସିବା ସହ ଗଛ କାଟି ରାଜୁତି କରିଆସୁଛନ୍ତି। ତରନ୍ତ ଚୋରା କାଠ ର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି।