କଟକଣାକୁ ଫୁ କରୁଛନ୍ତି ଶ୍ରଦ୍ଧାଳୁ
1 min read
ମୟୁରଭଞ୍ଜ(ଅବିନାଶ ମହାନ୍ତି): କୋରୋନା ମହାମାରୀ ପାଇଁ ସରକାର ଡ଼ଙ୍ଗା ଭସାଇବା ସହ ମନ୍ଦିରରେ ଭିଡ ଉପରେ ଅଙ୍କୁସ ଲଗାଇବା ସହ ୧୪୪ ଧାରା ଜାରିକରିଛନ୍ତି । ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଂଚଳରେ ଥିବା ମନ୍ଦିରଗୁଡିକରେ ସମସ୍ତ କଟକଣାକୁ ଫୁ କରୁଛନ୍ତି ଶ୍ରଦ୍ଧାଳୁ । ରାତି 3ଟାରୁ ଅଂଚଳର ଲୋକେ ଡ଼ଙ୍ଗା ଭସାଇବାପରେ ରାସଗୋବିନ୍ଦପୁର ବ୍ଲକ ନିବାସହୀ ଓ କାନପୁର ଗ୍ରାମରେ ଥିବା ସରକାରୀ ମଠରେ ଶ୍ରୀ ଶ୍ରୀ ରାଧା ମୋହନ ଜୀଉ ବିଜେ ମଠ ଶ୍ୟାମାନନ୍ଦ ପିଠରେ ଅଜସ୍ର ଭିଡ଼ ଲାଗିଥିବାସହ ଭୋଗ ବଣ୍ଟା ଯାଇଥିଲା । ତେବେ ଜିଲ୍ଲାରେ କୋରନା ସଂକ୍ରମଣ ବଢୁଥିବା ବେଳେ ମୃତ୍ୟ ସଂଖ୍ୟା ବଢୁଛି ହେଲେ ଏଭଳି ପରିସ୍ଥିତିରେ ରାସଗୋବିନ୍ଦପୁର ପୋଲିସର କାର୍ଯ୍ୟକାରିତାକୁ ନେଇ ଉଠିଲା ପ୍ରଶ୍ନ, କାର୍ତ୍ତିକ ପୂର୍ଣ୍ଣିମାରେ କରନା କଟକଣାକୁ ଫୁ କରି ସହସ୍ର ଶ୍ରଦ୍ଧାଳୁ ଜମାଗମ ହେଇଥିବା ଦେଖିବାକୁ ମିଳିଛି l ଯାହାଫଳରେ ଆଗକୁ କୋରନା ସଂକ୍ରମଣ ବଢିପାରେ ବୋଲି ଅନୁମାନ କରାଯାଉଛି । ଏ ନେଇ ରାସଗୋବିନ୍ଦପୁର ଆଇଆଇସି ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ହୋଇପାରିନଥିଲା । ତେବେ ଏନେଇ ସମାଜସେବୀ ଦୀପ୍ତିରଞ୍ଜନ ମହାନ୍ତି ପୋଲିସ ର ଢିଲା ନିତି କୁ ନିନ୍ଦା କରିଛନ୍ତି ।