September 28, 2023

Times One Odia

Odia News Portal

କରେନା କଟକଣା ମଧ୍ୟରେ ପାଳିତ ହେଲା କାର୍ତ୍ତିକ ପୂର୍ଣ୍ଣିମା

ଫିରିଙ୍ଗିଆ(ସୁବ୍ରତ ମହାନ୍ତି): କନ୍ଧମାଳ ଜିଲ୍ଲା ର ଦ୍ଵିତୀୟ ବୃହତମ ବ୍ଲକ ଫିରିଙ୍ଗିଆ ବ୍ଲକ ମୁଖ୍ୟାଲୟ ଠାରୁ ଆରମ୍ଭ କରି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ କରେନା କଟକଣା ମଧ୍ୟରେ ବ୍ରତ ଧରି ମାନଙ୍କ ସହ ସମସ୍ତେ କାର୍ତିକ ପୁର୍ଣିମା ପାଳନ କରିଛନ୍ତି । ଅନ୍ୟ ପାଟେ ଫିରିଙ୍ଗିଆ ଅଧିଷ୍ଠାତ୍ରୀ ଦେମି ମା ପିତ୍ତାବାଲି ମନ୍ଦିର ସହ ସ୍ଥାନୀୟ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ରତଙ୍ଗ ଠାରେ ଥିବା ଭୋଳେଶ୍ୱର ଶୈବ ପୀଠ । ଫିରିଙ୍ଗିଆ ଦକ୍ଷିଣ କାଲି ମନ୍ଦିର ରେ ସକାଳୁ ସକାଳୁ ଭକ୍ତ ମାନଙ୍କର ଗହଳି ଦେଖିବାକୁ ମିଳିଥିଲା. ଭକ୍ତ ମାନେ ସାମାଜିକ ଦୂରତା କୁ ମାନି ଧାଡିରେ ଠାକୁର ଙ୍କୁ ଦର୍ଶନ କରିଥିଲେ । ଅନ୍ୟ ପଟେ ଭକ୍ତ ମାନଙ୍କ ଭିଡକୁ ଆଖିଆଗରେ ରଖି ମନ୍ଦିର ପ୍ରଶାସନ ମାନଙ୍କ ପକ୍ଷରୁ ସ୍ୱାତନ୍ତ୍ର ବ୍ୟବସ୍ତା କରା ଯାଇଥିଲା । ଏହାସହ ଭକ୍ତ ମାନଙ୍କ ଭିଡ କୁ ଆଖି ଆଗରେ ରଖି ଫିରିଙ୍ଗିଆ ପୋଲିସ ଦ୍ୱାରା ମନ୍ଦିର ମାନଙ୍କରେ କଡା ସୁରକ୍ଷା ବ୍ୟବସ୍ତା ଗ୍ରହଣ କରା ଯାଇଥିଲା । ତେବେ ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ କରେନା କଟକଣା ଏହି କାର୍ତିକ ପୁର୍ଣିମା କିଛି ମାତ୍ରା ରେ ଫିକା ପଡ଼ିଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *