ଜେପି ନଡ୍ଡା କରୋନା ପଜିଟିଭ୍

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କରୋନା ସଂକ୍ରମିତ ଥିବା ଜଣା ପଡିଛନ୍ତି । ଏ ନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ନଡ୍ଡା ଟୁଇଟରେ ଉଲେଖ କରିଛନ୍ତି କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଦେବା ପରେ ସେ ଡାକ୍ତରଙ୍କ ପରାମର୍ଶରେ ନିଜର ନମୂନା ପରୀକ୍ଷା କରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସେ ସଙ୍ଗରୋଧରେ ଅଛନ୍ତି । ତାଙ୍କର ଅବସ୍ଥା ଏବବ ଭଲ ଅଛି । ସେ କରୋନାର ସମସ୍ତ ନିୟମ ପାଳନ କରି ଗୃହ ସଂଗରୋଧରେ ଅଛନ୍ତି । ଟୁଇଟ କରି ନଡ୍ଡା ଅନୁରୋଧ କରିଛନ୍ତି ନିକଟରେ ତାଙ୍କ ସଂସ୍ଷର୍ଶରେ ଆସିଥିବା ସମସ୍ତ ଲୋକ ସଂଗରୋଧରେ ରହିବା ସହିତ ନିଜର ଯାଞ୍ଚ କରାଇ ନିଅନ୍ତୁ ।