September 26, 2023

Times One Odia

Odia News Portal

ପରଲୋକରେ ସାମ୍ବାଦିକ ନିର୍ମଳେନ୍ଦୁ ପଟ୍ଟନାୟକ

ନୟାଗଡ଼ ଜିଲ୍ଲାର ଅନ୍ୟତମ ବର୍ଷିଆନ ସାମ୍ବାଦିକ ନିର୍ମଳେନ୍ଦୁ ପ୍ରକାଶ ପଟ୍ଟନାୟକ (୭୪)ଙ୍କ ହୃଦଘାତରେ ପରଲୋକ ଘଟିଛି । ନୟାଗଡ଼ ପୁରୁଣା ସହର (ବଡଦାଣ୍ଡ ସାହି)ରେ ରହୁଥିବା ସମସ୍ତଙ୍କ ପ୍ରିୟ ଫୁକୁନା ଭାବେ ପରିଚିତ ସ୍ବର୍ଗତ ପଟ୍ଟନାୟକ ଦୀର୍ଘ ଦିନ ଧରି ପ୍ରଜାତନ୍ତ୍ର ଖବର କାଗଜର ସାମ୍ବାଦିକ ଭାବେ କାର୍ଯ୍ୟ କରି ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ। ସେ ନିର୍ଭୀକ ତଥା ଅନୁସନ୍ଧାନ ମୂଳକ ସାମ୍ବାଦିକତା ପାଇଁ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କର ଏହି ଆକସ୍ମିକ ମୃତ୍ୟୁରେ ଜିଲ୍ଲାର ସମସ୍ତ ସାମ୍ବାଦିକ, ବୁଦ୍ଧିଜୀବୀ ତଥା ଜନସାଧାରଣ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *