September 26, 2023

Times One Odia

Odia News Portal

ମୋହନାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର(ଦିନେଶ ପଟ୍ଟନାୟକ): ମୋହନା ସ୍ଥିତ ବିଜୁକଲ୍ୟାଣ ମଣ୍ଡପ ଠାରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ସାଂସଦ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଆସନ୍ତା ନଭେମ୍ବର ୨ ତାରିଖରେ ଶେଷ ହେବ। ଏବେ ବି ମୋହନା ଆଖ ପାଖ ଅଞ୍ଚଳରେ ବର୍ଷା ଲାଗିରହିଥିଲେ ମଧ୍ୟ କୋଣ ଅନୁକୋଣରୁ ବର୍ଷାକୁ ଖାତିର ନକରି ଶତାଧିକ ଲୋକେ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିବା ପାଇଁ ଆସିଥିଲେ। ବ୍ରହ୍ମପୁର ରେଡକ୍ରସର ଡାକ୍ତରୀ ଟିମ ଆସି ରକ୍ତ ସଂଗ୍ରହ କରିଥିବା ବେଳେ ଶହେ ୟୁନିଟରୁ ଉର୍ଦ୍ଧ ରକ୍ତ ସଂଗ୍ରହ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ କର୍ମୀ ମାନେ ଯୋଗ ଦେଇଥିଲେ। ତେବେ ଆଗକୁ ଏଭଳି ପ୍ରୟାସ ଜାରି ରହିବ ବୋଲି ମାନ୍ୟବର ସାଂସଦ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସମାଜସେବୀ ରବିନ୍ଦ୍ର କୁମାର ସାହୁଙ୍କ ସମେତ ସୁରେଶ କୁମାର ଦାଶ, ଏମ୍,ଜଗଦିଶ ରାଓ, ରମାକାନ୍ତ ନନ୍ଦ, କେ.ସୁରେନ୍ଦ୍ର ଦାସ ଓ ଧିରୁ ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *