ଜିଲ୍ଲାର ଗୌରବ ଯଶୋଦା

ନୂଆପଡ଼ା(ତରେନ୍ଦ୍ର ପାଣ୍ଡେ/ମୁକେଶ ଦଣ୍ଡସେନା): ନୂଆପଡ଼ା ଜିଲ୍ଲା ଭଇଁ ସମୂଣ୍ଡି ପଞ୍ଚାୟତ ଅନ୍ତର୍ଗତ ହଳଦି ଗାଁ ।ଆନ୍ତର୍ଜାତୀୟ “ଭି ଆୱାର୍ଡ଼” ବିଜୟିନୀ ଯଶୋଦା ପାଣ୍ଡେ ରୁହନ୍ତି ଏଇ ଗାଁରେ। ନିଜ ଅଞ୍ଚଳରେ ବାଲ୍ୟ ବିବାହ ରୋକିବା ଏବଂ ଦୃଷ୍ଟାନ୍ତ ମୂଳକ ସଚେତନ ଧର୍ମୀ ସାମାଜିକ କାର୍ଯ୍ୟ କଳା ପ ପାଇଁ ଯଶୋଦା ଙ୍କୁ ମିଳିଛି ଏହି ସମ୍ମାନ ।
ଆନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ଅବସରରେ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଭିଡିଓ ବାର୍ତ୍ତାଳାପ ମାଧ୍ୟମରେ ଯଶୋଦା ଙ୍କୁ ପ୍ରଦାନ କରିଛନ୍ତି ଏହି ସମ୍ମାନ । ଯଶୋଦା ଙ୍କ ଏହି ସଫଳତା ପାଇଁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏକ ସାଧାରଣ ଚାଷୀ ପରିବାର ର ଝିଅ ହୋଇ ମଧ୍ୟ ନିଜ ଅଞ୍ଚଳ ପାଇଁ କିଛି କରିବାର ସ୍ବପ୍ନ ପିଲାଟି ଦିନରୁ ।
ସେଇ ସ୍ଵପ୍ନକୁ ସାକାର କରିବା ପାଇଁ ନିଜ ଉଦ୍ୟମରେ ଗାଁରେ କରିଛନ୍ତି ,” ଝାନ୍ ସି ରାଣୀ ଗାର୍ଲ୍ସ ଫେଡ୍ ରେସନ୍ ” ନାମକ ଏକ ମହିଳା ସଂଗଠନ । ଏହି ସଂଗଠନ ମାଧ୍ୟମରେ ଗାଁ ର ଅନ୍ୟ କେତେଜଣ ସାଙ୍ଗ ସହିତ ମିଶି ସେ କରି ଆସୁଛନ୍ତି ଅନେକ ସଚେତନତା କାର୍ଯ୍ୟକ୍ରମ । ନିଜର ପାଠ ପଢ଼ା ସହିତ ଦୈନନ୍ଦନ ଘର କାମ, ବାଡି ବଗିଚା ରେ ବାପା ମା ଙ୍କୁ ସାହାଯ୍ୟ କରିବା ଏବଂ ସାଙ୍ଗ ପିଲାଙ୍କୁ ନେଇ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ, କିଶୋର ଅବସ୍ଥାରୁ କରି ଆସୁଛନ୍ତି ଯଶୋଦା । ୨୦୧୬ ମସିହା ଠାରୁ ସମାଜ ସେବା ରେ ନିଜକୁ ନିୟୋଜିତ କରି ଏ ପର୍ଯ୍ୟନ୍ତ ୧୫ ରୁ ଉର୍ଦ୍ଧ୍ବ ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛନ୍ତି ଯଶୋଦା । ଆଶା ଓଡ଼ିଶା, ନେହେରୁ ଯୁବ କେନ୍ଦ୍ର ଭଳି ବିଭିନ୍ନ ସଂଗଠନ ସହିତ ଯୋଡ଼ି ହୋଇ ନାରୀ ଶିକ୍ଷା, ଯୌନ ପ୍ରଜନନ, ମହିଳା ଙ୍କ ସ୍ବାସ୍ଥ୍ୟ ଅଧିକାର ଭଳି ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରି ଜିଲ୍ଲା ତଥା ରାଜ୍ୟ ସ୍ତରରେ ଅନେକ ପୁରସ୍କାର ପାଇଛନ୍ତି ଯଶୋଦା । ନିଜେ ତିଆରି କରି ଥିବା ମହିଳା ସଂଗଠନ ମାଧ୍ୟମରେ ନିଜ ଗାଁ ତଥା ପଡୋଶୀ ଗାଁ ମାନଙ୍କୁ ଯାଇ କରୋ ନା ସମୟରେ ମାଗଣାରେ ୫୦୦ ରୁ ଉର୍ଦ୍ଧ୍ବ ମାକ୍ସ ବଣ୍ଟନ କରିଛନ୍ତି । ଯଶୋଦାଙ୍କ ଏଭଳି କାର୍ଯ୍ୟ ଶୈଳୀ ଏବଂ ଗୋଟେ ପରେ ଗୋଟେ ସଫଳତା ପାଇଁ ଜିଲ୍ଲା ର ବିଭିନ୍ନ ପ୍ରାନ୍ତ ରୁ ଶୁଭେଚ୍ଛା ଓ ଶୁଭକାମନା ର ସୁଅ ଛୁଟିଛି ।