September 26, 2023

Times One Odia

Odia News Portal

ଜଳଛାୟା ଦୁର୍ନିତିର ତଦନ୍ତ ଆରମ୍ଭ

ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲାର ଖଜୁରିପଡ଼ା ବ୍ଳକର ବଲସ କୁମ୍ପା ପଞ୍ଚାୟତର ଗେଡ୍ରିପା ଜୁ ଗ୍ରାମରେ ଜଳଛାୟା ଯୋଜନା ରେ ହୋଇଥିବା କାମରେ ବ୍ୟାପକ ଦୁର୍ନିତି ଓ ଅର୍ଥ ହେରଫେର ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏନେଇ ଗ୍ରାମବାସୀଲିଖିତ ଅଭିଯୋଗ କରିବାପରେ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶୈଳେନ୍ଦ୍ର କୁମାରନା ଏକ ଗେଡ୍ରିପା ଜୁ ଗ୍ରାମକୁ ଯାଇ ଘଟଣାର ତଦନ୍ତ୍ର ଆରମ୍ଭ କରିଛନ୍ତି।

ଗତ ୨୦/୨୧ ବର୍ଷରେ ଆର. ଏ. ଡ଼ି ଯୋଜନାରେ ୩୫ ଲକ୍ଷ ଟଙ୍କ। ଓ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ଏହି ପରି ମୋଟ ୪୫ ଲକ୍ଷ ଟଙ୍କା ଅନୁଦ।ନ ଆସିଥିଲା। ହେଲେ ଏହି ଯୋଜନାରେ କାମ କରିଥିବା ହିତାଧିକାରୀମାନେ ଦୀର୍ଘ ଛଅ ମାସ ହେଲା ଦଉଡୁଥିଲେ ମଧ୍ୟ ଅନେକ ଲୋକ ପ୍ରାପ୍ୟ ମିଳିନଥିଲା। ଫଳରେ ସେମାନେ ବାଧ୍ୟ ହୋଇ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେଲିଖିତ ଅଭିଯୋଗ କରିଥିଲେ।

ଏହି ମାମଲା ରତଦନ୍ତ ପରେ ଯେଉ ହିତାଧୀକାରୀ ମାନେ ପ୍ରାପ୍ୟ ପାଇନଥିବେ ସେମାନଙ୍କର ପ୍ରାପ୍ୟ ଅତି ଶିଘ୍ର ପ୍ରଦାନ କରାଯିବ ବୋଲି ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି. । କାହାର ବିପ୍ରାପ୍ୟ ବକେୟା ରହିବନି ବୋଲି ଶ୍ରୀନା ଏକ କହିଛନ୍ତି । ତେବେ ଅତିର୍ଶିଘ୍ର ବକେୟା ପାଉଣା ଦେବା ଲାଗି ଗ୍ରାମବାସୀ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *