September 26, 2023

Times One Odia

Odia News Portal

ଜଗନ୍ନାଥ ମନ୍ଦିରକୁ କୋଟିଏ ଟଙ୍କାର କୋଠାଦାନ

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଜଣେ ଶ୍ରଦ୍ଧାଳୁ ଭକ୍ତ ପ୍ରାୟ ଏକ କୋଟି ଟଙ୍କାର ଏକ କୋଠା ଦାନ କରିଛନ୍ତି।ଶ୍ରଦ୍ଧାଳୁ ଭକ୍ତ ଜଣକ ହେଲେ ନବରଙ୍ଗପୁର ସହର ଭଗବତୀ ସାହିର ରାଜସ୍ଵ ବିଭାଗ ଅମିନ୍ ଭବାନୀ ସହୁଙ୍କ ସ୍ଵର୍ଗତା ଧର୍ମ ପତ୍ନୀ ବୈଜୟନ୍ତି ମାଳା।ମୃତ୍ଯୁ ପୂର୍ବରୁ ବୈଜୟନ୍ତି ଏଥିପାଇଁ ଛୁକ୍ତିନାମା କରିଥିଲେ।ଏହି କୋଠାଟି ୨ମହଲା ଵିଶିଷ୍ଟ ୨୫ଟି ବଖରା ରହିଛି।ମନ୍ଦିରରେ ଆୟୋଜିତ ଵୈଜୟନ୍ତିଙ୍କ ୧୪ ଦିନିଆ କାର୍ଯ୍ୟକ୍ରମରେ ତାଙ୍କର ଝିଅମାନେ ମନ୍ଦିର ନିୟୋଗ୍ କମିଟି କୁ ଉକ୍ତ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ,ମନ୍ଦିର ନିୟୋଗ୍ କମିଟି ନାମରେ ମୃତ୍ୟୁ ପୂର୍ବରୁ ବୈଜୟନ୍ତି ଉକ୍ତ ଉଇଲି କରିଦେଇଥିଲେ।ଏବେ ଟଙ୍କା ସ୍ୱାମୀଭବାନୀ ଶଯ୍ୟାଶାୟୀ ରହିଛନ୍ତି।ତାଙ୍କର ତିନି ଝିଅ ପୁଷ୍ପାଞ୍ଜଳି ଚୌଧୁରୀ,ଗୀତାଞ୍ଜଳି ଚୌଧୁରୀ, ଓ ଶ୍ରଦ୍ଧାଞ୍ଜଳି ପଣ୍ଡା କହିଛନ୍ତି।ଅଞ୍ଚଳ ଗୁମାରେ ପୁଷ୍ପାଞ୍ଜଳି,ଇନ୍ଦ୍ରାବତୀ ରେ ଗୀତାଞ୍ଜଳି ଓ ଉମରକୋଟରେ ଶ୍ରଦ୍ଧାଞ୍ଜଳି ରହୁଛନ୍ତି। ମୃତ୍ୟୁ ପୂର୍ବରୁ ବୈଜୟନ୍ତି ୩ ଝିଅଙ୍କ ସହ ଆଲୋଚନା କରି ଏହି କୋଠାକୁ ମନ୍ଦିର ନାମରେ କରି ଦେଇଥିଲେ।ଏହି କୋଠାରେ ଏବେ ୯ଟି ପରିବାର ଭଡା ସୂତ୍ରରେ ରହୁଛନ୍ତି।ଭଡା ଟଙ୍କାରେ ମନ୍ଦିର ନିତିକାନ୍ତି କରାଯାଇଥିବା ନିୟୋଗ କମିଟି ସଭାପତି ନରେଶ ତ୍ରିପାଠୀ,ଉପ ସଭାପତି ଭବାନୀ ଶତପଥୀ ଓ ସଂପାଦକ ଗୈ।ରାଙ୍ଗ ପାତ୍ର ପ୍ରମୁଖ ମତ ପ୍ରକାଶ କରିଛନ୍ତି।ତାଙ୍କର ଏପରି ମହନିୟତାକୁ ସବୁରି ମହଲରେ ପ୍ରଶଂସା କରାଯାଇ ଥିବାବେଳେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *