ଜଗାକୁ ଏକା କରି ଚାଲିଗଲା କାଳିଆ
1 min read
ଭୁବନେଶ୍ୱର: କନ୍ଧମାଳର ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ ହୋଇଛି। ଗୁରୁବାର ଅବସ୍ଥାରେ ଏସସିବିରେ ପରଲୋକ ଘଟିଛି। ଦୁଇଦିନ ହେଲା ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତାର ହାତ, ଗୋଡ ସବୁ ଫୁଲି ଯାଇଥିଲା। ନିଶ୍ବାସ, ପ୍ରଶ୍ବାସ ଠିକ୍ରେ ଯାଉନଥିବା ବେଳେ ଅବସ୍ଥା ବିଗିଡିବାରେ ଲାଗିଥିଲା। ସ୍ବତନ୍ତ୍ର ବିଶେଷଜ୍ଞ ଡାକ୍ତରୀଦଳ ଲାଗିଥିବା ବେଳେ ବଳିଆକୁ ବଞ୍ଚାଇବାରେ ବିଫଳ ହୋଇଛନ୍ତି ।
ଦିଲ୍ଲୀ ଏମ୍ସରୁ ଅସ୍ତ୍ରୋପଚାର ପରେ ଜଗା ବଳିଆର ଯୋଡା ମୁଣ୍ଡ ଅଲଗା କରାଯାଇଥିଲା। ଦିଲ୍ଲୀରୁ ଏମ୍ସରୁ ଆସି ଏସସିବିରେ ୨୦୧୯, ସେପ୍ଟେମ୍ବର ୭ ତାରିଖରେ ଜଗା-ବଳିଆଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ଆସିବା ଦିନଠାରୁ ଜଗା ପ୍ରାୟତଃ ସୁସ୍ଥ ରହିବା ସହ ୱାର୍ଡରେ ଖେଳାବୁଲା କରୁଥିଲା। କିନ୍ତୁ ବଳିଆ ଆସିବା ଦିନ ଠାରୁ ହିଁ ଶୋଇ ରହୁଥିଲା। ବାରମ୍ବାର ଜ୍ବର, ବାତ ମାରିବା ସହ ଆସିବା ଦିନ ଠାରୁ ବଳିଆକୁ ନାଜାଲ ଫିଡିଙ୍ଗ ଦିଆଯାଉଥିଲା।