ସାମ୍ବାଦିକଙ୍କ ଉପରେ ଇଟା ମାଫିଆଙ୍କ ଆକ୍ରମଣ

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ପୁଣି ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ।ଘଟଣାଟି ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଗୁଣୁପୁର ଗାଁ ରେ। ବେଆଇନ୍ ଭାବେ ଇଟା ଭାଟି ଚଲାଉଥିବା ଖବର ପାଇ ମାହାଙ୍ଗା ପ୍ରେସ କ୍ଲବ ର 3 ଜଣ ଗଣମାଧ୍ୟମ ପ୍ରତିନିଧି ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିଲେ। ହେଲେ ସେଠାରେ ଜଣେ ଇଟା ମାଫିଆ ଯାହାର ନାଁ କୈଳାସ ନାଥ ଓ ତାଙ୍କର ସହଯୋଗି ଅର୍ତକିତ ଭାବରେ ସାମ୍ବାଦିକ ମାନଙ୍କ ଉପରେ ଟେକା ପଥର ଫୋପାଡି ଆକ୍ରମଣ କରିଥିଲେ।
ଏନେଇ ମାହାଙ୍ଗା ପ୍ରେସ କ୍ଲବ ର ସମସ୍ତ ସଦସ୍ୟ ମାହାଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ୍ ତୁରନ୍ତ ଆସାମୀ କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ମାହାଙ୍ଗା ପ୍ରେସ କ୍ଲବ ର ସଦସ୍ୟ। ଯଦି ପୋଲିସ ଆସାମୀ ଙ୍କୁ ତୁରନ୍ତ ଗିରଫ ନ କରନ୍ତି ତେବେ ଆଗକୁ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ମାହାଙ୍ଗା ପ୍ରେସ କ୍ଲବର ସଭାପତି ଦୀପକ ସାହୁ ସୂଚନା ଦେଇଛନ୍ତି।