କେନାଲ ନିର୍ମାଣରେ ବ୍ୟାପକ ଦୁର୍ନୀତି ଓ ହେରଫେର ଅଭିଯୋଗ
1 min read
ଫୁଲବାଣୀ(ସୁନୀଲ ପଟ୍ଟନାୟକ): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତୀ ଯୋଜନାରେ ପାଞ୍ଚଲକ୍ଷ ଟଙ୍କା ହରିଲୁଟ! କାମ ନକରି ମିଳି ମିଶି ଚଳୁକରିଦେଲେ ଅନୁଦାନ ଅର୍ଥ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡା ବ୍ଳକର ସିନ୍ଦ୍ରିଗାଁ ପଞ୍ଚାୟତରେ। ଖବରରୁ ପ୍ରକାଶ ଯେ, କେନାଲ ନିର୍ମାଣ ପାଇଁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତୀ ଯୋଜନାରେ କେନାଲ ନିର୍ମାଣ ପାଇଁ ବାଲିଗୁଡା ବ୍ଳକ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟୀ ଗ୍ରାମକୁ ପାଞ୍ଚଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା ।ଏହାର କୋଡନଂ 1095684 ଥିବାବେଳେ ଫଳକରେ କୈଣସି କାଯ୍ୟାରମ୍ଭ କିମ୍ବା କାଯ୍ୟଶେଷର ଅବଧି ଦର୍ଶାଯାଇନାହିଁ ।କିନ୍ତୁୁ ଏଠାରେ କୈଣସି କେନାଳ ମଧ୍ୟନିର୍ମାଣ କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କେବଳ ଫଳକ ମରାଯାଇ ଫଲସ ବିଲକରି ସିଧାସଳଖ ଯନ୍ତ୍ରୀ ଓ ଠିକାଦାର ମିଶି ଏହି ଅର୍ଥକୁ ହରିଲୁଟ କରିଥିବା ଅଭିଯୋଗ ହେବା ପରେ ପୁରୁଣା ଫଳକ କୁ ପରିବର୍ତ୍ତନ କରାଯାଇ ତିନି ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ କାମ ହେଉଥିବା ଦର୍ଶାଯାଇ ପୁଣି ଏବେକାମ ଚାଲିଥିବା ଦେଖିବାକୁ ମିଳିଛି ।ଏହି ହରିଲୁଟ 6ର ବାଲିଗୁଡା ବ୍ଳକର କନିଷ୍ଠଯନ୍ତ୍ରୀ ଓ ଗୋଷ୍ଠିଉନ୍ନୟନ ଅଧିକାରୀଙ୍କ ମଧ୍ୟ ସଂପୃକ୍ତି ଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ. ଆମ ଗ୍ରାମରେ କୈଣସି କାମ କରାନଯାଇ ଜର୍ବକାଡଥିବା ହିତାଧିକାରିଙ୍କୁ କିଛି ଟଙ୍କା ଦେବାକୁ ଲୋଭ ଦେଖାଇ ଏଭଳି ଅନେକ ଫଲସ ବିଲକରି ବାବୁ ମାନେ ପକେଟ ଗରମ କରୁଥିବା କରିବାରେ ଲାଗିଛନ୍ତି । ଅଭିଯୋଗ କଲେ ବି ଶୁଣିବାକୁ କିଏ ନାହିଁ।ଏନେଇବିଡିଓ ମହାଶୟଙ୍କ ପ୍ରତିକ୍ରୀୟା ପାଇଁ ଫୋନଯୋଗେ ଯୋଗାଯୋଗ କରାଯାଇଥିଲା କିନ୍ତ ମହାଶୟ ଫୋନ ଉଠାଇନଥିଲେ ଏନେଇ ସିନ୍ଦ୍ରୀଗାଁ ସରପଞ୍ଚ ପ୍ରତିକ୍ରିୟା ରେ କହିଛନ୍ତି ଯେ ଚିତ୍ରଶିଳ୍ପୀ ଭୁଲ ବଶତଃ ଫଳକରେ ତିନି ଲକ୍ଷ ସ୍ଥାନରେ ପାଞ୍ଚଲକ୍ଷ ଟଙ୍କା ଲେଖି ଦେଇଥିଲେ ତାହା ସଂଶୋଧନ କରାଯାଇଛି ଓ ଗତ ବର୍ଷ ହୋଇଥିବା ଡ୍ରେନ କାମ ପୋତି ହୋଇଥିବାରୁ ଏବେ ପୁନଃ ଡ୍ରେନ କାମ ଚାଲୁ ରହିଛି l ଭଲ ଭାବରେ ଦେଖନ୍ତୁୁ ଏହିଶଦୃଶ୍ୟକୁ ଆପଣ ଜାଣିପାରିବେ କିଭଳି ଫଳକ ପୋତି ଲକ୍ଷଲକ୍ଷ ଟଙ୍କା ହରିଲୁଟ କରାଯାଉଛି MGNREGS ଯୋଜନାରେ । ଦୁର୍ନିତୀନିବାରଣ ବିଭାଗ ଦ୍ବାରା ବିଧିବଦ୍ଧ ତଦନ୍ତକରାଯାଇ ଉକ୍ତ ଘୋଟାଲାରେ ସଂପୃକ୍ତ ଥିବା ଅଧିକାରୀ ,ଓ କର୍ମଚାରୀଙ୍କ ବିରୋଧରେ କଠୋର କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜିଲ୍ଲାପାଳଏହି ଦୁନିଚି ଗ୍ରସ୍ତ ଅଧିକାରୀ ମାନଙ୍କ ଉପରେ ତୁରନ୍ତ କାଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡିଛି l ନଚେତ ସରକାରୀ ଯୋଜନା ଏଭଳି ହରିଲୁଟ ହେଉଥିବ ଏଥିରେ ସନ୍ଦେହ ନାହିଁ।