September 27, 2023

Times One Odia

Odia News Portal

ଏସୟୁଜେ ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ

ନବରଙ୍ଗପୁର(ରବିନାରାୟଣ ମହାନ୍ତି): ନବରଙ୍ଗପୁର ଜିଲା ସଦରମହକୁମାସ୍ଥିତ ମାଝୀଗୁଡା ଛକ ନିକଟ ଏକ କମ୍ପ୍ଲେକ୍ସରେ ରାଜ୍ୟ ସାମ୍ବାଦିକ ୟୁନିଅନ ଅନୁବନ୍ଧିତ ନବରଙ୍ଗପୁର ଜିଲା ସାମ୍ବାଦିକ ୟୁନିଅନର କାର୍ଯ୍ୟାଳୟ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ରାଜ୍ୟ ୟୁନିଅନ ସଙ୍ଘ ସଭାପତି ଅଜୟ କୁମାର ସାହୁ ଅତିଥି ଭାବେ ଯୋଗ ଦେଇ ଜିଲା କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ। ଆଗାମୀ ଦିନରେ ନବରଙ୍ଗପୁର ଜିଲାରେ ରାଜ୍ୟ ସ୍ତରୀୟ ସାମ୍ବାଦିକ କର୍ମଶାଳା ଆୟୋଜନ କରାଯିବ ବୋଲି ସଭାପତି ସାହୁ କହିଥିଲେ। ସେହିପରି ଏସୟୁଜେର ବରିଷ୍ଠ ମାର୍ଗଦର୍ଶକ ତଥା ରାଜ୍ୟ ଉପସଭାପତି କୀର୍ତି ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆହ୍ଵାନ ଦେଇଥିଲେ। ସହନଶୀଳତା ଓ ଶାଳୀନତା ରକ୍ଷା କରିବା ସହ ଭୟଭୀତ ହୋଇ ଓ କାହାରିକୁ ଭୟ ଦେଖାଇ କାର୍ଯ୍ୟ ନ କରିବାକୁ ପରାମର୍ଶ ଦେଇଥିଲେ। ନବରଙ୍ଗପୁର ଜିଲା ଶାଖା କାର୍ଯ୍ୟାଳୟରେ ୱାଇଫାଇ ବ୍ରଡବ୍ରାଣ୍ଡ ସଂଯୋଗ ସମେତ କମ୍ପ୍ୟୁଟର, ଟିଭି ଆଦିର ସୁବିଧା କରାଯାଇଛି। ସଂଘର ସଭ୍ୟମାନଙ୍କ ପାଇଁ ଖବର ପ୍ରସାରଣରେ ଯାହା କିଛି ସାମୁହିକ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି ଜିଲା ସାଧାରଣ ସମ୍ପାଦକ ସଦାଶିବ ପ୍ରହରାଜ ସୂଚନା ଦେଇଥିଲେ। ସେପଟେ ଜିଲ୍ଲା ସଭାପତି ବିଭୁତି ପ୍ରସାଦ ପଣ୍ଡା , ରାଜ୍ୟ ସଭାପତି ଶ୍ରୀ ସାହୁ ଓ ଉପସଭାପତି କୀର୍ତି ଙ୍କୁ କୃତଜ୍ଞତା ଜଣାଇଥିଲେ। ବରିଷ୍ଠ ସାମ୍ବାଦିକ ପୃଥୀରାଜ ପାଇକରାୟ ଅତିଥି ପରିଚୟ ଦେବା ସହ ଜିଲ୍ଲାର ସାମୁହିକ ବିକାଶରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ଜିଲ୍ଲା ସଭାପତି ବିଭୁତି ପ୍ରସାଦ ପଣ୍ଡା ନୂତନ କାର୍ଯ୍ୟାଳୟ ଦ୍ଵାରା ସମସ୍ତେ ଉପକୃତ ହୋଇପାରିବେ ବୋଲି ଆଶା ବ୍ୟକ୍ତ କରି ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୪୦ ଜଣ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେବା ସହ ୧୩ ଜଣ ନୂତନ ସଭ୍ୟ ନାମ ପଞ୍ଜୀକରଣ କରିଥିଲେ।

Leave a Reply

Your email address will not be published. Required fields are marked *