September 27, 2023

Times One Odia

Odia News Portal

ଗୃହ ଶକ୍ତି ଓ ଶିଳ୍ପ ମନ୍ତ୍ରୀଙ୍କ ଦ୍ଵାରା ବ୍ଲକ କାର୍ଯ୍ୟାଳୟ ଓ ଗ୍ରୀଡ଼ ଉଦଘାଟିତ

କୋକସରା(ଦେବେନ୍ଦ୍ର ସାଗର): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଠାରେ ନୂତନ ବ୍ଲକ କାର୍ଯ୍ୟାଳୟ
ଉଦଘାଟିତ ହୋଇ ଯାଇଛି । କୋକସରା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ମନୀଷା ଦାସ ଙ୍କ ନେତୃତ୍ୱରେ ଉଦଘାଟନି ସଭା କାର୍ଯ୍ୟ ଆୟୋଜିତ ହୋଇଥିଲା । ଏହି ଉଦଘାଟନି ଉସ୍ତବ ରେ ଓଡ଼ିଶା ସରକାରଙ୍କ ଗୃହ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ମାନ୍ୟବର ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିଧାୟକ ମୌଶୋଧି ବାଗ ଓ କୋକସରା ବ୍ଲକ ଅଧକ୍ଷା ଶ୍ରୀମତୀ ସଭ୍ୟା ରାଣୀ ବାଗ ଯୋଗ ଦେଇଥିଲେ । ଅଞ୍ଚଳବାସୀଙ୍କୁ ମନ୍ତ୍ରୀ ବହୁତ ଧନ୍ୟବାଦ ଦେଇଥିଲେ କୋକସରା ବ୍ଲକ ରୁ ହିଁ ପ୍ରଥମେ ସେ ରାଜନୀତି ଆରମ୍ଭ କରିଥିବା ସେ ପ୍ରକାଶ କରିଥିଲେ । ସେ ଏହି ଅଞ୍ଚଳର ବିକାଶ ପାଇଁ ମୁଁ ଆପଣମାନଙ୍କ ସାଥୀରେ ଅଛି ବୋଲି ମତ ରଖି ଥିଲେ । କାର୍ଯ୍ୟକ୍ରମ କୁ ବ୍ଲକ ସମ୍ପ୍ରସାରଣ ଅଧିକାରୀ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ କର୍ମଚାରୀ ସମସ୍ତ ସରପଞ୍ଚ , ସମିତି ସଭ୍ୟ ଆଦି ଉପସ୍ଥିତ ଥିବା ବେଳେ ଦଲୀୟ କର୍ମକର୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ । ପରେ ଡେଙ୍ଗାଗୁଡା ଠାରେ ମାନ୍ୟବର ଗୃହ , ଶକ୍ତି , ମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ୟଶଙ୍କର ମିଶ୍ର ଓ ଧର୍ମଗଡ଼ ବିଧାୟକ ମୌଶୋଧି ବାଗ ଙ୍କ ଦ୍ଵାରା ବିଦ୍ୟୁତ ଗ୍ରୀଡ଼ ମଧ୍ୟ ଉଦଘାଟିତ ହୋଇ ଥିଲା । ଯାହା ଫଳରେ ଲୋକେ ମାନ୍ୟବର ମନ୍ତ୍ରୀ ଏବଂ ବିଧାୟକ ଙ୍କୁ ଲୋକେ ବେଶ ପ୍ରଶଂସା କରି ଥିଲେ । ଏହି କାର୍ଯ୍ୟକ୍ରମ ମାନଙ୍କରେ କୋକସରା ଏବଂ ଆମପାଣି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବେଶ ସୁରକ୍ଷା ପ୍ରଦାନ କରାଯାଇ ଥିଲା ।

Leave a Reply

Your email address will not be published. Required fields are marked *