ଇକୋ ରିଟ୍ରିଟର ହେବ ଶୁଭାରମ୍ଭ

ନରସିଂହପୁର(ଦିଲୀପ କୁମାର ଗଜେନ୍ଦ୍ରସିଂହ): ପ୍ରାକୃତିକ ନୈସର୍ଗିକ ଶୋଭାରାଜିକୁ ନେଇ ପର୍ଯ୍ୟଟନ
ବିକାଶର ବିପୁଳ ସମ୍ଭାବନା ରହିଛି।ଏହାକୁ ଦୃଷ୍ଟିରେ ରଖି ବାଲିପୁଟ ନିକଟସ୍ଥ ଶାତକୋଶିଆ ଗଣ୍ଡ ଠାରେ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍ । କଟକ ଜିଲ୍ଲା ନରସିଂହପୁର ବ୍ଲକର କମଳାଡିହ ଗ୍ରାମ ପଞ୍ଚାୟତ ବାଲିପୁଟ ର ସାତକୋଶିଆ ଗଣ୍ଡ ଠାରେ ଚଳିତ ବର୍ଷ ନୂତନ ଭାବେ ଇକୋ ରିଟ୍ରିଟ୍ ର ଶୁଭାରମ୍ବ ହେବ।ଗତ 11 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହୋଇ ସାରିଥିବା ବେଳେ ଡିସେମ୍ବର 8 ତାରିଖରେ ହେବ ଏହାର ଶୁଭ ଉଦଘାଟନ।
ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାର୍ଯ୍ୟ।ଗତବର୍ଷ କୋଣାର୍କ ଚନ୍ଦ୍ରଭାଗା ରେ ଇକୋ ରିଟ୍ରିଟ୍ ଆରମ୍ବ ହୋଇଥିବା ବେଳେ ଚଳିତ ବର୍ଷ ସାତକୋଶିଆ ବାଲିପୁଟ ସମେତ ରାଜ୍ୟର କୋଣାର୍କ, ହୀରାକୁଦ, ଭିତରକନିକା ଓ ଦାରିଙ୍ଗବାଡିରେ ମଧ୍ୟ ଆରମ୍ଭ ହେବାକୁ ଯାଉଛି।ସାତକୋଶିଆ ଗଣ୍ଡର ବାଲିପୁଟ ମହାନଦୀ ଅବବାହିକ ରେ ଏହି ସେବା ଉପଲବ୍ଧ ହେବ।ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସେବା ଯୁଦ୍ଧ କାଳୀନ ଭିତରେ ଆରମ୍ଭ ହୋଇଛି। ବାଲିପୁଟ ଠାରେ 25 ଟି କଟେଜ ର ବ୍ୟବସ୍ଥା ରହିଛି।ଆସନ୍ତା ଡିସେମ୍ବର 8 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଏହାର ଭରଚୁଆଲ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି।
ଫେବୃଆରୀ 28 ପର୍ଯ୍ୟନ୍ତ ଚାଲିବ ଏହାକୁ ଅନଲାଇନ ରେ ବୁକିଂ କରିପାରିବେ।କଟକ ଜିଲ୍ଲାରେ ପ୍ରଥମ ତଥା ନରସିଂହପୁର ବ୍ଲକର ବାଲିପୁଟ ରେ ଏହି ସେବା ଆରମ୍ବ କରିବା ସହ ଅବହେଳିତ ଅବସ୍ଥାରେ ଥିବା ସାତକୋଶିଆ ବାଲିପୁଟକୁ ଏକ ସ୍ୱତନ୍ତ୍ର ସ୍ଥାନ ର ପରିଚୟ ଦେବା ସହ ପର୍ଯ୍ୟଟକ ମାନଙ୍କ ପାଇଁ ସ୍ଵତନ୍ତ୍ର ସୁବିଧା ଯୋଗାଇ ଦେବାରେ ବିଧାୟକ ଦେବୀ ପ୍ରସାଦ ମିଶ୍ର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନରସିଂହପୁର ବାସୀ କୃତଜ୍ଞତା ଜଣାଇଛନ୍ତି।ବିଧାୟକ ଦେଵୀ ପ୍ରସାଦ ମିଶ୍ର ଏବଂ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବାରମ୍ବାର ଏହି ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।