September 21, 2023

Times One Odia

Odia News Portal

ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ ପ୍ରକଳ୍ପର ଉଦ୍ ଘାଟିତ

1 min read

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଓଡିଶାର କାଶ୍ମୀର ତଥା ଭୂସ୍ବର୍ଗ କୁହାଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ଇକୋ ରିଟ୍ରିଟ ପ୍ରକଳ୍ପ ଆଜି ଦିନ ୧୧ ଟା ୩୦ ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫ୍ରେନ୍ସ ମାଧ୍ୟରେ ଲୋକାର୍ପଣ କରିଥିଲେ,I ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ଆୟୋଜନ କରାଯାଇଛି । ପର୍ଯ୍ୟଟକମାନେ ରହିବାଲାଗି ୨୫ ଗୋଟି ବିଳାସପୂର୍ଣ୍ଣ ତମ୍ବୁ ଘର ନିର୍ମାଣ ହୋଇଛି ।

ଏହା ଅନଲାଇନ ମାଧ୍ୟମରେ ବୁକିଙ୍ଗ କରାଯାଉଥିବା ବେଳେ ଗତ ନଭେମ୍ବର ୧୧ ତାରିଖ ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁକିଙ୍ଗ ଆରଂଭ କରିବା ସହ ଏହାର ଲୋଗୋ ଉନ୍ମୋଚନ କରିଥିଲେ । ଗୋଟିଏ ତମ୍ବୁର ମୂଲ୍ୟ ୯ ହଜାର ୪୪୪ ଟଙ୍କା ରହିଥିବା ବେଳେ ପଞ୍ଚତାରକା ହୋଟେଲର ସୁବିଧା ମିଳିବ । ପର୍ଯ୍ୟଟକ ମାନଙ୍କୁ ଦୁଇଟି ମିଲ ସହ ଗୋଟିଏ ଟିଫିନ ଇକୋ ରିଟ୍ରିଟ ପକ୍ଷରୁ ପ୍ରଦାନ କରାଯିବ । ପର୍ଯ୍ୟଟକମାନଙ୍କୁଦାରିଙ୍ଗ ବାଡିର ପର୍ଯ୍ୟଟନ ସ୍ଥଳୀ ଡୁଲୁରି ପାଇନବଣ,ହିଲଭିୟୁ ପାର୍କ,ନେଚର ପାର୍କ,କଫି ବଗିଚା,ଲଭର୍ସ ପଏଣ୍ଟ,ମିଡିୟୁବାନ୍ଦା ଜଳପ୍ରପାତ ସମେତ ରାଇକିଆ ବ୍ଲକର ମଣ୍ଡାସରୁ ହିଲଟପ ଭଳି ସ୍ଥାନ ମଧ୍ୟ ବୁଲାଇବାର ବ୍ୟବସ୍ତା ରହିଛି । ପ୍ରଥମ ଦିନ ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାର ରହିଥିବା ପରମ୍ପରା ଓ ସଂସ୍କୃତି ବିଷୟ ଉପରେ ଆଧାରିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ।

ଏହି ଇକୋ ରିଟ୍ରିଟ ସ୍ଥାନରେ ପର୍ଯ୍ୟଟକ ମାନଙ୍କୁ ସମ୍ପୂର୍ଣ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା ନିମନ୍ତେ ପୋଲିସ ମୃତୟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କୋଭିଡ ଗାଇଡ଼ଲାଇନ କଡାକଡି ଭାବେ ପାଳନ କରାଯିବା ସହ ଇକୋ ରିଟ୍ରିଟ ପକ୍ଷରୁ ପର୍ଯ୍ୟଟକ ମାନଙ୍କୁ ଥର୍ମାଲ ସ୍କର୍ନିଂ କରାଯିବ । ଇକୋ ରିଟ୍ରିଟ ଲୋଗ ଥାଇ ମାସ୍କ ପ୍ରଦାନ,ସାନିଟାଇଜର ଓ ଓକ୍ସମିଟର ମଧ୍ୟ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇ ଫେବୃଆରୀ ୨୮ ତାରିଖ ଯାଏ ଚାଲିବ।ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପାଟିଲ ଭିଡ଼ିଓ ଜରିଆରେ ବାର୍ତା ପ୍ରଦାନ କରିଥିଲେ। ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ ପ୍ରକଳ୍ପ ସ୍ଥାନରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଏହାର ଉଦ୍ଘାଟନ କରିଥିଲେ।। କନ୍ଧମାଳ ଜିଲ୍ଲାପାଳ ଡ଼ ବୃନ୍ଦା ଡି.ଏସ୍.ପି ବିନିତ ଅଗ୍ରୱାଲା ସମେତ ଫୁଲବାଣୀ ବିଧାୟକ ଅଙ୍ଗଦ କହର, ଜିଉ ଦୟର୍ଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡ଼ା ବିଧାୟକ ଚକ୍ର ମଣି କହଁର ଓ ଜିଲ୍ଲା ପରିଷଦ ଅଧକ୍ଷା ଆଙ୍କାକ୍ଷା ପ୍ରଧାନ ଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଓ ସ୍ଥାନୀୟ ବୁଦ୍ଧିଜିବୀଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *