ଫୁଲବାଣୀରେ ମେଡିକାଲ କଲେଜ ପାଇଁ ସ୍ଥାନ ଚିହ୍ନଟ: ଡିମାର କେସନ ଆରମ୍ଭ

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଫୁଲବାଣୀ ସହରରେ ମେଡିକାଲ କଲେଜ ପ୍ରତିଷା ହେବା ନିଶ୍ଚିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ କନ୍ଧମାଳବାସୀ କୁ ଦେଇଥିବା ପ୍ରତିଶୃତ ରକ୍ଷାକରିଛନ୍ତି। ବୁଧବାର କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ନିର୍ମାଣ ଲାଗ ସରକାର ୩୮୦ କୋଟି ଟଙ୍କା ଅର୍ଥ ଅନୁବାନ ଯୋଗାଇ ଦେଇଛନ୍ତି।ଏହାର ନିର୍ମାଣ କାର୍ଯ୍ୟ ମେର୍ସ ସ ଶାର୍ପୁଜିପାଲୋନ ଜିଏଣ୍ଡ କଂପାନୀ ପ୍ରାଇଭେଟ ଲିମିଟେଡ କୁ ଦାୟୀତ୍ଵ ଦିଆଯାଇଛି ।
ଫଳରେ ପ୍ରଶାସନ ପକ୍ଷରୁ ମେଡିକାଲ କଲେଜ ପାଇଁ ପୂର୍ବରୁ ସ୍ଥାନ ମଧ୍ୟ ନିରୁପଣ କରାଯାଇଛି। ଆଜି ଜଙ୍ଗଲ ବିଭାଗ ପଦସ୍ଥ ଅଫିସର ଓ କର୍ମଚାରୀମାନେ କଲା ଡି ପଞ୍ଚାୟତର ତିଳକପଡ଼ା ଠାରେ ଉକ୍ତ ଜମିର ଡିମାର କେସନ କରୁଛନ୍ତି. । ଫୁଲବାଣୀ ଜଙ୍ଗଲ ବିଭାଗ ରେଞ ଅଫିସର ସଚି ଦାନନ୍ଦ ସେଠି ଙ୍କ ସମେତ ବହୁ ବନ କର୍ମଚାରୀ ଆଜିସକାଳୁ ସ୍ଥାନରେ ପହଞ୍ଚି ଚିହ୍ନଟ କାର୍ଯ୍ୟକରିଛନ୍ତି। ଅତି ଶିଘ୍ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଓ ନିର୍ଦ୍ଧାରୀତ ସମୟସୀମା ୩ବର୍ଷ ମଧ୍ୟରେ ସମାପ୍ତ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।’