ସ୍ୱାସ୍ଥ୍ୟକେନ୍ଦ୍ରରେ ଉନ୍ନତ ସ୍ଵାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ବିଧାୟକଙ୍କ ପରାମର୍ଶ

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ସ୍ଵାସ୍ଥ୍ୟସେବା ବିଗିଡିବାରେ ଲାଗି ଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ଥିବା ସଦରମହକୁମ।ଡାକ୍ତରଖାନାଠୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ହାନ୍ତି। ସେହିପରି ଯେଉଁ କେତକ ସ୍ଥାନରେ ହାତଗଣତି ଡାକ୍ତର ଅଛନ୍ତି ସେମାନେ ରହୁନଥିବା ସହ ଚିକିତ୍ସାରେ ଅବହେଳା କରୁଥିବା ଅଭିଯୋଗ ହେଉଛି।
ଫଳରେ ଜିଲ୍ଲାର ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟସେବାଭୁଷୁଡି ପଡିଥିବା ଦେଖିବାକୁ ମିଳିଛି। ଫଳରେ ବାଲିଗୁଡ଼ା ବିଧାୟକଚକ୍ରମଣିକହଁର କ ନୁଆଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ସର୍ବଦା ଉପସ୍ଥିତ ରହି ନିଷ୍ଠା ଓ ଆନ୍ତରୀକତା ର ସହ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କୁ ଉନ୍ନତମାନର ସେବା ଯୋଗାଇଦେବାକୁ ପରାମର୍ଶ ଦେଇଛନ୍ତିା ଏଥିସହ ମେଡିକାଲ ପରିସରକୁ ସର୍ବଦା ପରିଷ୍କାର ପରିଛନରଖିବା ସହ, ସ୍ୱଛ ପାନୀୟ ଜଳ, ଇନ୍ଡୋରରୋଗୀଙ୍କୁ ସୁଷମ ଖାଦ୍ୟ ପ୍ରଦାନ କରିବା ଲାଗି ମଧ୍ୟ ପରାମର୍ଶ ଦେଇଥିଲେ ବିଧାୟକ।
ଗତକାଲି କନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗଦେଇ ବାଲିଗୁଡ଼ା ବିଧାୟକ ଚକ୍ରମଣିକହଁର ଏହି ପରାମର୍ଶ ଦେଇଥିଲେ। ଅନ୍ୟଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ।
ସେହିପରି ବିଧାୟକ ମେଡିକାଲ ପରିସର ବୁଲି ଦେଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆର.କେ.ଏସ ବୈଠକରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର, ବିଡିଓ ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସ୍ଥାନୀୟ ବୁଦ୍ଧିଯିବୀ ପ୍ରମୁଖ ଉପସ୍ଥିତ ଥିଲେ ।