କାର୍ଯ୍ୟରତ ହୋମଗାର୍ଡ ଦୁର୍ଘଟଣା: ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପରିବାର ପକ୍ଷରୁ ଅପେକ୍ଷା
1 min read
ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ସରକାର ଙ୍କ ପାଇଁ ସ୍ୱଳ୍ପ ବେତନରେ କାର୍ଯ୍ୟ କରୁଥିବା କର୍ମଚାରୀ ଙ୍କ ପାଇଁ ପ୍ରଶାସନ ର ତତ୍ପରତା ନ ଥିବା ବେଳେ ଅନେକ ସମୟରେ ତଳ ସ୍ତରୀୟ କର୍ମଚାରୀ ଙ୍କ ଭବିଷ୍ୟତ ଅନ୍ଧକାର ହେବାରେ ଲାଗିଛି। ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି। ଗତ ତା୧୫.୧୧.୨୦୨୦ ରଖି ଅପରାହ୍ନ ୨ଟା ସମୟରେ ଝରିଗାଁ ପୋଲିସ ଥାନା ର କାର୍ଯ୍ୟରତ ଏକ ହୋମଗାର୍ଡ ପ୍ରଦୀପ କୁମାର ରଥ ନିଜ କାର୍ଯ୍ୟ ଶେଷ କରି ନିଜ ବାଇକ ରେ ଉମରକୋଟ ଘରକୁ ଫେରୁଥିବା ସମୟରେ ବିପରୀତ ଆଡୁ ଦୁଇ ଜଣ ବ୍ୟକ୍ତି ପ୍ରବଳ ନିଶା ଶକ୍ତ ଅବସ୍ତ।ରେ ବାଇକ ରେ ଆସି ହୋମଗାର୍ଡ ରଥ ଙ୍କୁ ଧକ୍କା ମାରିଥିଲେ।
ଏହା ପରେ ହୋମ ଗାର୍ଡ ଜଣକ ବହୁ ଦୁରକୁ ଛିଟିକି ପଡ଼ି କ୍ଷତ ବିକ୍ଷତ ହେବା ସହ ତାଙ୍କ ଗୋଡ ଓ ହାତରେ ଆଘାତ ଲାଗିଥିଲା। ଏହି ଖବର ଶୁଣି ନିକଟସ୍ଥ ଥାନା ଅଧିକାରୀ ଶ୍ରୀ ଉମେଶ ଚନ୍ଦ୍ର ସାହୁ ଓ ତାଙ୍କ କିଛି ସହଯୋଗୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣ ଆହତ ଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତିନି ଆହତ ଙ୍କ ତୁରନ୍ତ ଚିକିତ୍ସା ଆରମ୍ଭ କରା ଯାଇଥିଲା କିନ୍ତୁ ଗାର୍ଡ ରଥ ଙ୍କ ଗୋଡ଼ରେ ବହୁତ ଆଘାତ ଲାଗିଥିବା ଯୋଗୁଁ ତାଙ୍କୁ ଡାକ୍ତର ଶୀଘ୍ର କୋରାପୁଟ ସ୍ଥିତ Govt. ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇ ଥିଲା।
କିନ୍ତୁ ସେଠାରେ ମଧ୍ୟ ଗାର୍ଡ ରଥ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବିଶାଖାପାଟଣା ସ୍ଥିତ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା। ବିଶାଖାପାଟଣା ରେ ଗାର୍ଡ ରଥ ଙ୍କ ଚିକିତ୍ସା ନିମନ୍ତେ ଅର୍ଥ ଅଭାବ ଦେଖାଦେଇଥିବାରୁ ତାଙ୍କ ପରିବାର ପକ୍ଷରୁ ପ୍ରଶାସନକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।