ସାମ୍ବାଦିକ ସ୍ୱର୍ଗତ ତାରିଣୀ ପାଢୀଙ୍କ ପରିବାରକୁ ପନ୍ଦର ଲକ୍ଷ ସହାୟତା ରାଶି ପ୍ରଦାନ

ଫୁଲବାଣୀ(ସୁନୀଲ ପଟ୍ଟନାୟକ): କରୋନାରେ ମୃତ୍ୟୁ ବରଣ କରିଥିବା କନ୍ଧମାଳ ଜିଲ୍ଲାର ପ୍ରମେୟ ପ୍ରତିନିଧି ସ୍ୱର୍ଗତ ତାରିଣୀ ପାଢୀଙ୍କ ପରିବାରକୁ ଆଜି ଶୁକ୍ରବାର ଜିଲାପାଳ ଡି ବୃନ୍ଦା ଡି ଜିଲାପାଳଙ୍କ କାର୍ଯ୍ଯାଳୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପନ୍ଦର ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସାମ୍ବାଦିକ ସ୍ୱର୍ଗତ ପାଢୀଙ୍କ ବିଧବା ପତ୍ନୀ ସବିତା ପାଢୀ ଓ ଝିଅ ତନ୍ମୟା ପାଢୀ ଜିଲାପାଳଙ୍କ ଠାରୁ ଏହି ଚେକ୍ ଗ୍ରହଣ କରିଥିଲେ।
ସୂଚନା ଯୋଗ୍ୟ ଯେ ଗତ ସେପ୍ଟେମ୍ବର ୨୯ ତାରିଖରେ କରୋନା ରେ ପୀଡ଼ିତ ହୋଇ ସାମ୍ବାଦିକ ତାରିଣୀ ପାଢୀ ଙ୍କ ଅକାଳ ମୃତ୍ୟୁ ଘଟିଥିଲା। ରାଜ୍ୟ ସରକାର କରୋନା ଯୋଦ୍ଧା ଭାବେ ମାନ୍ୟତା ଦେଇ ପନ୍ଦର ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ଜିଲାପାଳଙ୍କୁ ସ୍ୱର୍ଗତ ପାଢୀ ଙ୍କ ପରିବାର କୃତଜ୍ଞତା ଜଣାଇଥିଲେ। ସେହିପରି ପ୍ରେସ୍ କ୍ଲବ ପକ୍ଷରୁ ସ୍ୱର୍ଗତ ପାଢୀ ଙ୍କ ଉଦ୍ଦେଶ୍ୟରେ ଏକ ମାନପତ୍ର ପରିବାରଙ୍କୁ ପ୍ରଦାନ କରାଯାଇଥିଲା।