ଟ୍ୱିନ ସିଟିରେ ପ୍ରବଳ ବର୍ଷା ଜାରି
1 min read
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଟ୍ବିନ୍ ସିଟିରେ ପ୍ରବଳ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି କଟକ-ଭୁବନେଶ୍ବର ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେପଟେ ପ୍ରବଳ ବର୍ଷା କାରଣରୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ରାସ୍ତାଘାଟ ଭଲଭାବେ ନ ଦିଶିବା, ଟ୍ରାଫିକ୍ ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି। ଏଥିସହ ରାସ୍ତାରେ ଚାଲିବା ବେଳେ ମ୍ୟାନ୍ ହୋଲ୍ ଉପରେ ନଜର ରଖିବାକୁ କୁହାଯାଇଛି। ପ୍ରବଳ ବର୍ଷା କାରଣରୁ ଯଥା ସମ୍ଭବ ଘରୁ ନ ବହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।