ମୁଁ ବଞ୍ଚିବାକୁ ଚାହେଁ, ମତେ ଭଲ କରିଦିଅ…

କଳାହାଣ୍ଡି(ତୁଳମଣି ନାଗ): ମୁଁ ବଞ୍ଚିବାକୁ ଚାହେଁ, ମୋତେ ଭଲ କରିଦିଅ। ମୋ ଉପରେ ଚାରିପ୍ରଣୀ କୁଟୁମ୍ବ ନିର୍ଭର କରନ୍ତି। ମୋର କିଛି ହେଇଗଲେ, ସେମାନେ ଅନାଥ ହେଇଯିବେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସଦର ଅନ୍ତର୍ଗତ ଗଣ୍ଡବାରଝୋଲା ପଞ୍ଚାୟତ ଟିଲଯୋଡି ଗ୍ରାମରେ। ଏହି ଗ୍ରାମର ପୁନ୍ୟ ଧାରୁଆ (୩୮), ୬ ମାସ ହେବ କେନ୍ସର ରୋଗରେ ପୀଡିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ କାମବି କରିପାରୁନାହାନ୍ତି । ଏପଟେ ଘରେ ଦିନେ ଚୁଲି ଜଳିଲେ, ଆର ଦିନକୁ ଉପାସ । ଏଭଳି ପରିସ୍ଥିତିରେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କେନ୍ସର ରୋଗର ଚିକିତ୍ସା ହେବାପାଇଁ ସରକାରଙ୍କୁ ସେ ଆକୁଳ ନିବେଦନ କରିଛନ୍ତି। ନିର୍ବାଚନ ସମୟରେ ଭୋଟ ମାଗିବାକୁ ଆସିଥିବା ନେତା ମାନେ ଟିକେ ପୂନ୍ୟ ଙ୍କ ଉପରେ ଦୃଷ୍ଟି ଦେବେକି। ଦୃଷ୍ଟି ଦେଲେ ନିଶ୍ଚିତ ଭାବେ ନୂଆ ଜନ୍ମ ପାଆନ୍ତେ ପୂନ୍ୟ । ଦେଖିବାକୁ ବାକି ରହିଲା କାହାର ଶୁଭ ଦୃଷ୍ଟି କେବେ ପଡୁଛି।