September 26, 2023

Times One Odia

Odia News Portal

କଟକ ଭସାଣ ନେଇ ନିର୍ଦ୍ଦେଶାବଳି ଜାରି

କଟକ: କଟକରେ ଭସାଣ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସୋମବାର ସବୁଠି ଦଶହରା ପାଳନ କରାଯାଉଥିବା ବେଳେ ମଙ୍ଗଳବାର ଭସାଣ ଉତ୍ସବ ଅନୁଷ୍ଠିତ ହେବ। ନିର୍ଦ୍ଦେଶାବଳୀ ଅନୁଯାୟୀ, ଆସନ୍ତାକାଲି କଟକରେ ୧୪ଟି କୃତ୍ରିମ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ କରାଯିବ। ଭସାଣ ଉତ୍ସବ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭସାଣ ପାଇଁ ସମସ୍ତ ପୂଜା ମଣ୍ଡପ ଲାଗି ୪ଟି ପର୍ଯ୍ୟାୟରେ ସମୟ ଧାର୍ଯ୍ୟ ହୋଇଛି। ସକାଳ ୧୦ଟାରୁ ୧୨ଟା, ୧୨ଟାରୁ ୨ଟା, ୨ଟାରୁ ୪ଟା ଏବଂ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଭସାଣ ଉତ୍ସବ ହେବ। ପ୍ରତି ପୂଜା କମିଟିର ୭ ଜଣ ଲୋକଙ୍କୁ ଭସାଣରେ ସାମିଲ୍‌ ହେବାକୁ ଅନୁମତି ମିଳିବ। ଭସାଣ ବେଳେ ସହି ପରିକ୍ରମା ନେଇ ଅନୁମତି ନାହିଁ । ମୂର୍ତ୍ତିକୁ ଚେଚିସ୍ ବଦଳରେ ଡାଲା ଅଟୋ କିମ୍ବା ପିକଅପରେ ବ୍ୟବହାର କରିବାକୁ ଅନୁମତି ମିଳିଛି। ଭସାଣ କଟକଣା ନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *