September 26, 2023

Times One Odia

Odia News Portal

ରାୟଗଡା(ନୀତିନ ଚୌଧୁରୀ): ସ୍ଥାନୀୟ ଡିଆରଡିଏ ମାର୍କେଟ କମ୍ପ୍ଲେକ୍ସରେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ଗ୍ରାମୀଣ ବଜାର ଦୋକାନ ଗୃହର ଶୁଭାରମ୍ଭ ହୋଇଯାଇଛି। ଏହି ଗ୍ରାମୀଣ ବଜାରରେ କରୋନା ମୁକାବିଲା ପାଇଁ ଆବଶ୍ୟକ ମାସ୍କ,ହ୍ୟାଣ୍ଡ ୱାସ,କାଢା ଆଦି ସହ ଜିଲ୍ଳାର ଏସଏଚଜି ଗ୍ରୁପ ତଥା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ହଳଦୀ,ଝାଡୁ,ଦୀପ,ଖଲିପତ୍ର, କଳାହାଣ୍ଡିର କାଠରେ ତିଆରି ମୂର୍ତି,ଓ ମ୍ବଲପୁରୀ ବସ୍ତ୍ର ,ମୟୁରଭଂଜର ସବାଇ ସହ ବଜାରରେ ଉପଲବ୍ଧ ଥିବା ମସଲା ସାମ୍ରଗୀକୁ ସୁଲଭ ମୂଲ୍ୟରେ ବିକ୍ରି କରାଯାଉଛି। ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଗ୍ରାମୀଣ ବଜାରର ଶୁଭାରମ୍ଭ କରି ଦୋକାନ ବୁଲି ଏପରି ଗ୍ରାମୀଣ ବଜାର ଖୋଲିଥିବାରୁ ପ୍ରଶଂସା କରିଥିଲେ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିଡି ଡିଆରଡିଏ ଅମ୍ରିତ ଋତୁରାଜ,ଓରମାସ,ରାୟଗଡର ଉପ ନର୍ଦ୍ଦେଶକ ମନୋଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଗ୍ରାମୀଣ ଅଂଚଳରେ ପ୍ରସ୍ତୁତ ଉତ୍ପାଦକ ସାମଗ୍ରୀକୁ ସହରାଂଚଳରେ ଲୋକମାନଙ୍କୁ ପାଖେ ପଂହଚାଇବା ପାଇଁ ଏବଂ ଉତ୍ପାଦକ ଗୋଷ୍ଠୀକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଗ୍ରାମୀଣ ବଜାର କରିବାର ମୁଖ୍ୟ ଆଭିମୁଖ ରହିଛି ବୋଲି ପିଡି ଡିଆରଡିଏ ଅମ୍ରିତ ଋତୁରାଜ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *