ସରକାରୀ କ୍ଵାଟର ପାଲଟିଛି ଭୁତକୋଠି ଓ ଅସାମାଜିକ ଲୋକଙ୍କ ଆଡା ସ୍ଥଳୀ
1 min read
ମୟୁରଭଞ୍ଜ(ଅଭିନାଶ ମହାନ୍ତି): ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କାର ନିର୍ମାଣ ହେଉଛି ଉନ୍ନୟନ ମୂଳକ କାର୍ଯ୍ୟ। ସେଥି ମଧ୍ୟରୁ ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ ସମ୍ମୁଖରେ ୧୯୯୪ ମସିହାରେ ନିତିନ ଚନ୍ଦ୍ର ଆଇ.ଏସ. ଏସ. P.O.DRDA ,R.K.NAIK. BDO SARASKANA,B.N.BOSA CHAIRMEN,ଆସିଷ୍ଟେଣ୍ଡ ଇଞ୍ଜିନିୟର R. BEHERA, ତଟାଵଧାନରେ ନିର୍ମାଣ ହୋଇଥିଲା । ସେହି MPCC ବିଲ୍ଡିଂଗ ପରିସରରେ ପୂର୍ବ ରୁ ପଞ୍ଚାୟତ ସମିତି ବୈଠକ ବସୁଥିଲା। କିନ୍ତୁ ବର୍ତମାନ ସେହି ସଭାଗୃହ ପରିସର ସହିତ ଘରଟି ଜରାଜୀର୍ଣ୍ଣ ଅବସ୍ଥାରେ ଦେଖିବାକୁ ମିଳିଛି। କିଛି ଅସାମାଜିକ ଯୁବକଙ୍କ ଏବେ ଖଟି ପାଲଟିଛି। ସେହି ଘରଟି ରେ ବର୍ତମାନ ଅସାମାଜିକ କାର୍ଯ୍ୟ ସହିତ ଅଳିଆ ଆବର୍ଜନା ରେଭରି ରହିଛି। କିନ୍ତୁ ଦୁଃଖର ବିଷୟ ସେହି ଘରଟି ଦୀର୍ଘ ବର୍ଷ ହେଲାଣି ଜରାଜୀର୍ଣ୍ଣ ହୋଇ ପଡିଛି । ଘରର ରକ୍ଷଣାବେକ୍ଷଣ ପାଇଁ ଆସୁଥିବା ଟଙ୍କାକୁ ସରକାରୀ ବାବୁ ମାନେ ନିଜ ପକେଟରେ ପୁରାଉଛନ୍ତି।
କଥା ଅଛି ସରକାରୀ ମାଲ ଦରିଆମେ ଢାଲ। ସେହି ଘର ଟି ଅବସ୍ଥା ଏବେ ସେପରି ଅବସ୍ଥା ରେ ରହିଛି । କିଛି ଦିନ ଗଲା ପରେ ସେ ଘରକୁ ଭାଙ୍ଗି ଆଉଥରେ ଠିକାଦାର ଓ ଯନ୍ତ୍ରୀ ମଧୁଚନ୍ଦ୍ରିକା ସେଠାରେ ପୁଣି ଆଉ ଥରେ ନୂଆ ଘର କରି କିମ୍ବା ମରାମତି କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବେ । ଏପରି ଲକ୍ଷ ଲକ୍ଷ ଟଙ୍କାର ବ୍ଲକକର୍ମଚାରୀ ରହିବା ପାଇଁ ନିର୍ମାଣ ହୋଇଥିବା କ୍ଵାଟରଗୁଡିକ ଭୁତ କୋଠି ପାଲଟିଛି ତ କୋଉଠି ମଦୁଆଙ୍କ ଆଡା ସ୍ଥଳୀ ପାଲଟିଛି । ସରକାରୀ କ୍ଵାଟର ଓ MPCC ବିଲ୍ଡିଂଗ ଗୃହଟି ଜରାଜୀର୍ଣ୍ଣ ଅବସ୍ଥାରେ ଦେଖିବାକୁ ମିଳିଛି ଓ କିଛି ସରକାରୀ କୁଆଟର କୁ ଅସାମାଜିକ ରେ ଲିପ୍ତ କରୁଛନ୍ତି ସାଧାରଣ ଲୋକ । କଣ ପାଇଁ ଏହାର ଯତ୍ନ ନିଆ ଯାଉ ନାହିଁ କିମ୍ବା ରକ୍ଷଣାବେକ୍ଷଣ କରାଯାଉ ନାହିଁ ତାହା ପରିତାପର ବିଷୟ ଅଟେ। ଏ ପରି ଅବସ୍ଥାରେ କାର୍ଯ୍ୟନୁଷ୍ଠାନ ନେବା ନିତ୍ୟାନ୍ତ ଦରକାର ହେଉଛି ବୋଲି ବୁଦ୍ଧି ଯିବି ମହଲରେ ଆଲୋଚନା ହେଉଛି ।