ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ଙ୍କ ପତ୍ନୀଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ଙ୍କ ପତ୍ନୀ ତଥା ରାଜ୍ୟର ‘ପ୍ରଥମ ମହିଳା’ ସୁଶୀଳା ଦେବୀଙ୍କର ରବିବାର ରାତିରେ ଦେହାନ୍ତ ହୋଇଛି। କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇ ସେ ଗତ ନଭେମ୍ବର ୧ ତାରିଖରୁ ଚିକିତ୍ସାଧୀନ ଥିଲେ।
ରାଜ୍ୟର ‘ପ୍ରଥମ ମହିଳା’ ଶ୍ରୀମତୀ ସୁଶୀଳା ଦେବୀଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ଜଣେ ଅମାୟିକ ଏବଂ ଧର୍ମପ୍ରାଣ ମହିଳା ଭାବେ ଅଭିହିତ କରିଛନ୍ତି। ଏଥିସହ ପ୍ରଫେସର୍ ଗଣେଶୀ ଲାଲ୍ ଏବଂ ପରିବାରର ଅନ୍ୟ ଶୋକସନ୍ତପ୍ତ ସଦସ୍ୟମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।