ଗୋ ସମ୍ବର୍ଦ୍ଧନା ମହୋତ୍ସବ ପାଳିତ

ନୂଆପଡ଼ା(ମୁକେଶ କୁମାର ଦଣ୍ଡସେନା): ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର ଙ୍କ ନିର୍ଦ୍ଦେଶ କ୍ରମେ ପାଳିତ ହୋଇ ଯାଇଛି 69 ତମ ଗୋ ସମ୍ବର୍ଦ୍ଧନା ମହୋତ୍ସବ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ନୂଆପଡ଼ା ଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଏକକାଳୀନ ଗୋ ସମ୍ବର୍ଦ୍ଧନା ମହୋତ୍ସବ ପାଳନ କରାଯାଇଛି । ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଲାଞ୍ଜୀମାର୍, କୋମନା ବ୍ଲକ ଅନ୍ତର୍ଗତ ତର୍ବୋଡ ଏବଂ ବୋଡ଼େନ ବ୍ଲକରେ ପାଳିତ ହୋଇଥିବା ଏହି ମହୋତ୍ସବ ରେ ଶତାଧିକ ଚାଷୀଙ୍କୁ ଭିଡିଓ ସମ୍ମିଳନୀ ମାଧ୍ୟମ ରେ ଗୋପାଳନ ସମ୍ପର୍କିତ ବିଭିନ୍ନ ତାଲିମ୍ ପ୍ରଦାନ କରାଯାଇଛି । ଗୋରୁଙ୍କ ଟୀକାକରଣ, କୃତ୍ରିମ ପ୍ରଜନନ ଆଦି ପ୍ରଶିକ୍ଷଣ ଦେବା ସହିତ ଗୋପାଳନ ପ୍ରତି ଚାଷୀଙ୍କୁ ପ୍ରବର୍ତାଇବା ଏଇ ଗୋ ମହୋତ୍ସବ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଭାଗୀୟ ଅଧକାରୀ ମତ ପୋଷଣ କରିଛନ୍ତି ।
କିଭଳି ନିଆଯିବ ଗାଈ ର ଯତ୍ନ, ଏଥିପାଇଁ କଣ ରହିଛି ସରକାରୀ ସୁବିଧା, ଗୋ ପାଳନ କରି ଚାଷୀ କେମିତି ଲାଭ ବା ନ ହୋଇ ପାରିବେ ଏସବୁ ସମ୍ପର୍କରେ ଚାଷୀ ଙ୍କୁ ପ୍ରଶିକ୍ଷିତ କରାଯାଇଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ୍ ଡ଼. ତ୍ରିଲୋଚନ ଧଳ ଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ତଥା ଗୋରୁ ଚାଷୀଙ୍କ ଉପସ୍ଥିତିରେ ଗୋ ମାତାଙ୍କ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ସମାପନ ହୋଇଛି।