September 21, 2023

Times One Odia

Odia News Portal

ନାବାଳିକା ଝିଅର ପରିବାରକୁ ନ୍ୟାୟ ପାଇଁ ଦାବି

ନବରଙ୍ଗପୁର(ରବିନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳର ଗୁଲିପାଟଣାରେ ରହୁଥିବା ଏକ ପରିବାର ପରିବା ଦୋକାନ କରି ପରିବାର ପ୍ରତିପୋଷଣ କରି ଆସୁଥିବା ବେଳେ ଉମରକୋଟ ଡି ଏନ୍ କେର ଧରମପାଲ ସିଂ ହରିଜନଙ୍କ ୨୦ ବର୍ଷିୟ୍ ପୁଅ ରାଜୁ ସିଂ ହରିଜନ ତା୨/୯/୨୦ ସନ୍ଧ୍ୟାରେ ଅପହରଣ କରି ନେଇଥିବା ସାହି ବାସିନ୍ଦାଙ୍କ ଠାରୁ ଶୁଣି ଅଭିଯୋଗ ହୋଇଥିଲା ଉମରକୋଟ ଥାନାରେ। ଉକ୍ତ ଅଭିଯୋଗକୁ ଭିତ୍ତି କରି ଉମରକୋଟ ଥାନା ଅଧିକାରୀ ଉମରକୋଟ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ। ନାବାଳିକାର ଦୁଇଟି ଭଉଣୀ ଓ ଗୋଟିଏ ଭାଇ ରହିଥିଵା ଵେଳେ ଉକ୍ତ ନାବାଳିକା ବଡ ଭଉଣୀ ଥିଲା। ସେ ଅପହରଣ ହେବାପରେ ପରିବାର ଲୋକେ ଏବେ ଦୟନୀୟ ଅବସ୍ଥାରେ ଓ ଚିନ୍ତାରେ ରହିଛନ୍ତି। ଏଣେ ଦାରିଦ୍ରତା ହେତୂ ବାପ ପରିବାର ଚଳାଇଵା ଚିନ୍ତାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଯାହା ରୋଜଗାର କରନ୍ତି। ଯେନତେନ ପ୍ରକାରେ ପରିବାର ପ୍ରତିପୋଷଣ କରିଥାଅନ୍ତି।

ଲକ୍ ଡାଉନ ସମୟରେ କରୋନା ମହାମାରୀ ରୋଜଗାର ଛଡାଇ ନେଇଥିବା ଵେଳେ ଏ ପରିବାର ଉପରେ ବେଢି ଉପରେ କୋରଡା ସଦୃଶ ହୋଇପଡିଛି। ଉମରକୋଟ ଥାନା ଅଧିକାରୀଙ୍କ ତଦନ୍ତରେ ଅଭିଯୁକ୍ତ ଧରାପଡି ଆସାମୀକୂ ଜେଲ ଦଣ୍ଡ ହୋଇଥିଲେହେ ଏବେ ଖୂଲୂମଖୂଲା ବୂଲୂଛି। ଏଣେ ନା ବାଳିକାକୁ ଡାକ୍ତରୀ ମାଇନା କରାଯାଇ ଡାବୁଗାଁ ସୂଧାର ଗୃହରେ ରଖାଯାଇଛି। ସୂଧାର ଗୃହ ନୂଆଗୂଡା ଗ୍ରାମ ଭିତରେ ରହିଥିବା ବେଳେ ଅଭିଯୂକ୍ତ ଆସାମୀର ବନ୍ଧୂବାନ୍ଧବ ଲୋକ ସେହି ସୂଧାର ଗୃହ ପାଖରେ ରହିଥିବା ଅଭିଯୋଗ କରିଛନ୍ତି ନାବାଳିକା ପରିବାର ଲୋକେ। ସୂଧାର ଗୃହର ପାଚେରୀର ଆଗରେ ବଡ ଗେଟ୍ ଲାଗିଥିଲେ ହେ ସବୁ ସମୟରେ ତାଲା ପଡୁଛି। ହେଲେ ଗେଟ୍ ମଧ୍ୟଭାଗ ଗ୍ରୀଲ୍ ଥିବାରୂ ସୂଧାର ଗୂହ ପାଚେରୀ ମଧ୍ୟରେ ଥିବା ନା ବାଳିକାମାନଙ୍କୂ ଦେଖା ଯାଉଛି। ଏପରିଥିବା ଯୋଗୂ ସୂଧାର ଗୂହର ପରିଵେଶ ଭଲ ରହିପାରୁନାହିଁ। ଫଳରେ ସୂଧାର ହେବା ପରିବତ୍ତେ ଅସୂଧାର ହେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅପରପକ୍ଷେ ଏ ପାଖର ହୀତାଧିକାରୀଙ୍କୂ ବହୂଦୂରରେ ଥିବା ସୂଧାର ଗୃହରେ ରଖାଯାଇ ସୂଧାର କରାଯିବା ଚେ଼ଷ୍ଟା କରାଗଲେ ଵହୂ ପରିବାରବର୍ଗର ମଙ୍ଗଳସାଧିତ ହେବା ସହ ମାନ ସଂମ୍ମାନ ଅଖ୍ୟୁର୍ନ୍ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏଣୁ ପିଡିତା ନା ବାଳିକା ପରିବାର ସମ୍ପୂର୍ଣ ରୁପେ ସୁରକ୍ଷ୍ୟା ପାଇ ପାରିବେ ଏଥିରେ ଦିମ୍ମତ୍ ନାହିଁ। ଏପରି ସମସ୍ୟା ନେଇ ଉମରକୋଟ ଥାନା ଅଧିକାରୀଙ୍କୁ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଆମ ପ୍ରତିନିଧି ଯୋଗାଯୋଗ କରି ସମସ୍ୟାର ସମଧାନ ନିମନ୍ତେ କଥାବାର୍ତା କରି ସମାଧାନର କରାଯିବାର ବ୍ୟବସ୍ତା ପାଇଁ ଚେଷ୍ଟା କରିବାର ପ୍ରତିଶୃତି ପାଇଛନ୍ତି। ଏଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇ ପୀଡିତା ପରିବାରକୁ ସାହାଯ୍ୟ ହାତ ବଢ଼ାଇବାକୁ ଜନସଧାରଣରେ ଦୃଢ ଦାବି ହେଉଛି।

Leave a Reply

Your email address will not be published. Required fields are marked *