September 21, 2023

Times One Odia

Odia News Portal

ଫନି କ୍ଷତିଗ୍ରସ୍ତ ସଂଗ୍ରାମ ସମିତିର ତହସିଲି ଘେରାଉ

1 min read

ବ୍ରହ୍ମଗିରି(ଚିତ୍ତ ରଞ୍ଜନ ମହାନ୍ତି): ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ସାମ୍ନା ରେ ,ଦର୍ଘ ୧୭ଦିନ ଧରୀ ଫନିକ୍ଷେତିଗ୍ରସ୍ତ ସଂଗ୍ରାମ ସମିତିର ଧାରଣା ସ୍ଥଳରେ ହଜାର ହଜାର କ୍ଷତିଗ୍ରସ୍ତ ଏକାଠି ହେଇଥିଲେ। ସଭାପତି ସୁରେନ୍ଦ୍ର ନାଥ ଜେନାଙ୍କ ନେତୃତ୍ୱରେ ପଦଯାତ୍ରାରେ ବାହାରିଥିଲା। ବ୍ରହ୍ମଗିରି ବଜାର ପରିକ୍ରମା କରି ସିଧା ତହସିଲ କାର୍ଯ୍ୟଳୟରେ ପହଞ୍ଚିଥିଲେ। ଶାନ୍ତିର୍ପୁଣ୍ଣ ଭାବରେ ତହସିଲ ଆଗରେ ବସିରହିଥିଲେ। ସଭାପତି ସୁରେନ୍ଦ୍ର ନାଥ ଜେନାଙ୍କ ଅଭିଯୋଗ କରିଛନ୍ତି ସଠିକ ଭାବରେ କ୍ଷୟକ୍ଷତିର ସମିକ୍ଷା କଲେନାହିଁ । ଅର୍ଥ କାରବାର ହେଇ ଘର ଦିଆଯାଇଛି। ଗରିବ ପାଖରେ ଟଙ୍କା ନାହିଁ ସେମାନେ ବଞ୍ଚିତ ହେଲେ ଆଜି ବି ପଲିଥିନ ତଳେ ଦିନକାଟୁଛନ୍ତି ପରିବାର। ସେ ତାଙ୍କ ଅଭିଯୋଗ ମଧ୍ୟମରେ ପ୍ରଶାସନ କୁ ଚେତାବନୀ ଦେଇଛନ୍ତି।

ଆଜି ଆମେ ତହସିଲ ଘେରାଉ କଲୁ, ପ୍ରଶାସନ ଅଣଦେଖାକଲେ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭକରି ମୁଖ୍ୟମନ୍ତ୍ରୀ ଙ୍କ ପର୍ଯ୍ୟନ୍ତ ଏ ଆନ୍ଦୋଳନକୁଆଗେଇନବୁ,ଅପାରଗ ଅଧିକାରୀମାନଙ୍କୁ ଉଚିତ ଶିକ୍ଷା ଦେବୁ। ଆନ୍ଦୋଳନରେ ସାମାଜିକ କର୍ମୀ ପବିତ୍ର ମୋହନ ଦଳାଇ , ଭିମସେନ ସ୍ୱାଇଁ, ବିଦ୍ୟାଧର ସ୍ୱାଇଁ,ସୁରେନ୍ଦ୍ର ନାଥ ଦଳାଇ,ବ୍ରଜବଧୁଂପ୍ରଧାନ,ଜମ୍ବଶ୍ୱର ସ୍ୱାଇ ଙ୍କ ସହଯୋଗରେ ସାନ୍ତିପୁଣ୍ଣ ଭାବରେ ତହସିଲ ଆଗରେ ବସିରହିଥିଲେ। ତହସିଲ କାର୍ଯ୍ୟାଳୟ ଏକପ୍ରକାର ଠପ ହେଇଯାଇଥିଲା,କଥାଉଠୁଛି ରାଜ୍ୟରେ ଲମ୍ବା ଶାସନ ,ମୋ ସରକାର,5T ଭଳି ,କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଘର ଖଣ୍ଡିଏ ପାଇଁ ଗରୀବ ଆଖିରେ ଲୁହ ଦେଖିବାକୁ ମିଳୁଛି। ଏତେବଡ ତ୍ରୁଟି ପାଇଁ ଦାୟୀ କିଏ କାହା ଇଙ୍ଗିତରେ କାମ କରୁଥିଲା ଜିଲ୍ଲା ପ୍ରଶାସନ, କାହା ଚାପରେ କାର୍ଯ୍ୟ କରୁଥିଲେ ତହସିଲଦାର,ଯୋଗ୍ୟ ହିତାଧିକାରୀ କେବେ ପାଉଛି ତାର ହକ, ଏ ଆନ୍ଦେଳନ କେଉଁ ରୁପ ନେଉଛି, ତାହା ଦେଖିବାକୁ ବାକିରହିଲା।

Leave a Reply

Your email address will not be published. Required fields are marked *