ଏକ କୋଟି ସତୁରି ଲକ୍ଷ ଟଙ୍କାର ଗଂଜେଇ ଚାଷ ନଷ୍ଟକଲା ପୋଲିସ
1 min read
ବାଲିଗୁଡା: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଅଞ୍ଚଳରେ ଦିନକୁ ଦିନ ବେଆଇନ ଗଂଜେଇ ଚାଷ ବୃଦ୍ଧିପାଉଛି l ଗଂଜେଇ ଚାଷକୁ ସମୂଳେ ଧ୍ବଂସ କରିବାପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି l କ ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୋଲିସ ଫୋର୍ସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାରପ୍ରାପ୍ତ ମାଜିଷ୍ଟ୍ରେଟଙ୍କ ମନୋଜ କୁମାର ଦେବତାଙ୍କ ଉପସ୍ଥିତିରେ ସାଇନପଡା ଗ୍ରାମପଞ୍ଚାୟତର ଡାଉଙ୍ଗିଆ ଓ କାଳିଆଯୋଡି ଗାଁର 180 ଏକର ସରକାରୀ ଜମିରେ ଚାଷହୋଇଥିବା ପ୍ରାୟ ଏକକୋଟି ସତୁରି ଲକ୍ଷ ଟଙ୍କାର ଗଂଜେଇକୁ କାଟିନଷ୍ଟ କରାଯାଇଛି ଓ କ ନୂଆଗାଁ ଥାନାରେ ଏନ ଡି ପି ଏସ ଆକ୍ଟରେ ମାମଲା ରୁଜୁ କରାଯାଇଛି l ବାଲିଗୁଡା ଅଞ୍ଚଳର ବିଭିନ୍ନ ଅଞ୍ଚଳରେ ଏକର ଏକର ସରକାରୀଜମିରେ ଚାଷ ହେଉଥିଲେ ବି ପ୍ରଶାସନ କି ଭଳି ସୁରାକ ପାଉନି ଜ଼ିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ବେଧଡ଼କ ଗଂଜେଇ ଚାଷ ହେଉଛି ଳ ଚାଷରେ ସରକାରୀ ଚାକିରୀଆ ଓ ରାଜନେତା ପରୋକ୍ଷ ସମ୍ପୃକ୍ତଥିବା ଅଭିଯୋଗ ହେଉଛି l