୨୮ କେଜି ଗଞ୍ଜେଇ ସହ ଭେରିଟୋ କାର ଜବତ:୩ଲକ୍ଷ ୪୨ହଜାର ଟଙ୍କା ସହ ଜଣେ ଗିରଫ
1 min read
ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଆଜି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସ କୌଣସି ସୁତ୍ରରୁ ଖବର ପାଇ ବୁନ୍ଦୁଲି ଛକ ଠାରେ ଏକ ଭେରିଟୋ କାର କୁ ଅଟକାଇ ଯାଞ୍ଚ କରିବା ବେଳେ ସେଥିରୁ ୨୮ କେଜି ଚୋରା ଗଞ୍ଜେଇ ସହ ଏକ ଖେଳନା ରିଭଲଭର, ନଗଦ ୩ଲକ୍ଷ ୪୨ହଜାର ଟଙ୍କା ୩ଟି ଏଟିଏମ କାର୍ଡ଼ ଜବତ କରିଥିବା କଥା ଫୁଲବାଣୀ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ କହିଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ବାଘଡୁଙ୍ଗୁରି ଗ୍ରାମର ଦଃୁଖିଶ୍ୟାମ ଡିଗଲ।
ଗୋଚ୍ଛାପଡ଼ା ପୋଲିସ ଏ ନେଇ ୧୦୩/୨୦ଧାରା ୨୦ ବି.”॥ C ଓଏନ.ଡି ପି. ଏସ ଆକ୍ଟରେ ମାମଲା ଦାଏର କରିଥିବା କଥା ଗୋଚ୍ଛାପଡ଼ା ଥାନା ଅଧିକାରୀ ତୃପ୍ତି ରଂଜନ ନା ଏକ କହିଛନ୍ତି। ଏ ସ .ଡିପି ଓ ମହେନ୍ଦ୍ରନାଥ ମୁର୍ମୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତିଦିନ ଚୋରା ଗଞ୍ଜେଇ ଧରପଗଡ଼ କରାଯିବା ସହ ବେଆଇନ ଗଞ୍ଜେଇ ଚାଷ ମଧ୍ୟ ନଷ୍ଟ କରାଯାଉଛି।