September 26, 2023

Times One Odia

Odia News Portal

ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲାପାଳ

1 min read

ଗଞ୍ଜାମ(ଦିନେଶ ପଟ୍ଟନାୟକ): ପୁଣି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ। ତାଙ୍କର ନିଆରା କାର୍ଯ୍ୟ ପାଇଁ ସେ ଆଜି ଘରେ ଘରେ ପ୍ରଶଂସାର ପାତ୍ର ପାଲଟିଛନ୍ତି। ସେ ସୋରଡ଼ା ବ୍ଲକ ଗସ୍ତରେ ଆସିଥିଲେ। ଏହି ଗସ୍ତ ବେଳେ ଦାରିଙ୍ଗବାଡି ରାସ୍ତା ଅସୁରବନ୍ଧ ନିକଟ 59ନଂ ଜାତୀୟ ରାଜପଥ କଡରେ କିଛି ଆଦିବାସୀ ମହିଳା ପରିବା ବିକୁ ଥିଲେ। ଜିଲ୍ଲାପାଳ ସେମାନଙ୍କ ନିକଟକୁ ଯାଇ କରୋନା ସମ୍ପର୍କରେ ସଚେତନତା କରିବା ସହିତ ସେମାନଙ୍କ ଠାରୁ ପରିବା କିଣି ଥିଲେ।bସେହିପରି ସୋରଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ।ଯାହାକୁ ନେଇ ଜିଲ୍ଲାରେ ଘରେ ଘରେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Leave a Reply

Your email address will not be published. Required fields are marked *