September 26, 2023

Times One Odia

Odia News Portal

ରାଜଧାନୀରେ ପୁଣି ଲଜ୍ଜା: ନାବାଳିକାକୁ ଗଣବଳାତ୍କାର ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ପୁଣି ଲଜ୍ଜା। ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ। ସହିଦନଗର ଥାନା ଅଧୀନ ଶାନ୍ତିପଲ୍ଲୀ ବସ୍ତିରେ ଜଣେ ନାବାଳିକାଙ୍କୁ ଗଣ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାରେ ପୋଲିସ ଦୁଇ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ, ବୁଧବାର ପୂର୍ବାହ୍ନରେ ବସ୍ତିରେ ରହୁଥିବା ନାବାଳିକା ଜଣଙ୍କ ତାଙ୍କ ଗାଧୁଆ ଘରେ ଥିଲେ। ସେହି ବସ୍ତିର ଆଉ ଦୁଇ ଜଣ ନାବାଳକ ନାବାଳିକାଙ୍କୁ ସେଠାରୁ ଭିଡ଼ି ନେଇ ଡରାଇ ଧମକାଇ ବଳାତ୍କାର କରିଥିଲେ। ପରେ ନାବାଳିକା ଜଣଙ୍କ କାନ୍ଦି କାନ୍ଦି ଘରକୁ ଫେରିଥିଲା। ପରିବାର ଲୋକେ ପଚରାଉଚରା କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ସେପଟେ ନାବାଳିକାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ଦୁଇ ନାବାଳକଙ୍କୁ ଆଣି ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *