September 26, 2023

Times One Odia

Odia News Portal

ଜାଲରେ ପଡିଲା ୧୫ କେଜିଆ ମାଛ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଡମଶାଳ କେନାଲରେ ଏକ ବଡ ମାଛ ଜାଲରେ ପଡିଛି । ଜାଲରେ ପଡିଥିବା ମାଛର ଓଜନ ପ୍ରାୟ ୧୫ କେଜି ହେବ । ଏହି ମାଛକୁ ନେଇ ସାରା ଅଂଚଳରେ ଚର୍ଚା । ଆଗରୁ କେନାଲରୁ ଏତେ ବଡ ମାଛ କେବେ ଧରାପଡିନଥିଲା । ସ୍ଥାନୀୟ ଧୀବର ଏହି ମାଛଟିକୁ ଧରିବା ପରେ ପରଷ୍ପର ମଧ୍ୟରେ ବାଣ୍ଟି ନେଇଥିଲେ । ଦଣ୍ଡାଧର ଡ୍ଯାମରୁ ଆସୁଥିବା ପାଣିରେ ଏହି ବଡ ମାଛ ଆସିଥୀବା କୁହାଯାଉଛି ।

Leave a Reply

Your email address will not be published. Required fields are marked *