September 26, 2023

Times One Odia

Odia News Portal

ସଟ୍ ସର୍କିଟ ଯୋଗୁଁ ଘରେ ନିଆଁ ଲାଗି ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ରାଇକିଆ (ରଜତ କୁମାର ନାୟକ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ରଣବା ଗ୍ରାମ ପଞ୍ଚାୟତ ରେ ଏକ ଘରେ ନିଆଁ ଲାଗିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ବ୍ଲକ୍ ର ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ରଣବା ଗ୍ରାମ ପଞ୍ଚାୟତ।ଏହା ରାଇକିଆ ବ୍ଲକ୍ ଠାରୁ ପ୍ରାୟ ୫୦ କିମି ଦୂରରେ ଅବସ୍ଥିତ ଏହି ପଞ୍ଚାୟତ। ଶନିବାର ସକାଳ ପ୍ରାୟ ଛଟା ସମୟରେ ହଠାତ୍ ସେହି ଗ୍ରାମର ଜିତୁ ଗୈାଡଙ୍କ ଘରେ ନିଆଁ ଲାଗିଯିବାରୁ ଘରେ ଥିବା ଆସବାସ ପତ୍ର ସହ ଲକ୍ଷ୍ୟାଧିକ ଟଙ୍କାର ଲୁଗାପଟା ସହ ଟେସନାରି ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଥିବା ଜଣାପଡିଛି।

ଖବର ପାଇ ଘଟଣା ସ୍ଥଳରେ ରଣବା ସରପଞ୍ଚ ଭିକାରି ମଲ୍ଲିକ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇ ଥିଲେ।ଖବର ପାଇ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।ରଣବା ଗ୍ରାମକୁ ସରୋଡା ବ୍ଲକ୍ ପାଖବାଟ ହେବାଯୋଗୁଁ ସରପଞ୍ଚ ସରୋଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପଞ୍ଚାୟତ ପକ୍ଷରୁ ଜିତୁ ଗୈାଡଙ୍କ ପରିବାରଙ୍କୁ ଚାଉଳ ସହ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ସରପଞ୍ଚ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *