ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର: ଗର୍ଭବତୀ ହୋଇ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି ମହିଳା

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ୨ଟି ସନ୍ତାନର ଜନନୀ ହୋଇଥିବା ମହିଳା ଏବେ ପୁଣି ଗର୍ଭବତୀ ହୋଇ ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ଏହାକୁ ନେଇ ପରିବାର ଲୋକେ ଅସ୍ତ୍ରପଚାର ବେଳେ ତୃଟି ରହିଥିବା ନେଇ ଅଭିଯୋଗ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ଜଗନ୍ନାଥଗୁଡାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ଜଗନ୍ନାଥଗୁଡାର ପୂର୍ଣ୍ଣ ହରିଜନଙ୍କ ସ୍ତ୍ରୀ ଟିକିଙ୍କ ଦୁଇଟି ପୁତ୍ର ସନ୍ତାନ ପରେ ଗତ ୨୦୮ ମସିହାରେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇଥିଲେ। ଉଭୟ ଦମ୍ପରି ଅତି ଗରୀବ ଶ୍ରେଣୀର ହୋଇଥିବାରୁ କୁଲି ମଜୁରୀ କରି ପରିବାର ଚଳାଉଛନ୍ତି। ସବୁଜ ପତ୍ରିକା ପାଇବେ ଏବଂ ସରକାରୀ ସୁବିଧା ମିଳିବ ଏହି ଆଶା ନେଇ ପରିବାର ନିୟୋଜନ ଅପଚାର କରାଇଥିଲେ। ଅସ୍ତ୍ରପଚାର ପରେ ସବୁଜ କାର୍ଡ ପାଇଁ ସେ ବାରମ୍ବାର ଡାକ୍ତରଖାନାକୁ ଦୌଡ଼ିଥିଲେ ବି ତାଙ୍କୁ ମିଳିନଥିବା ଅଭିଯୋଗ କରିଛନ୍ତି। ସେ ଅସ୍ତ୍ରୋପଚାର କରିବାର କିଛି ବର୍ଷ ପରେ ପୁଣି ଗର୍ଭବତୀ ହୋଇ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତିନୋଟି ସନ୍ତାନ ପରେ ଚିନ୍ତାରେ ପଡ଼ିଥିଲେ ପରିବାର। ଗତ ୨୦୧୨ମେ ମାସରେ ପରିବାର ନିୟୋଜନ ଅସ୍ତ୍ରୋପଚାର କେନ୍ଦ୍ରରେ ଯୋଗ ଦେଇ ଅସ୍ତ୍ରୋପଚାର କରିବାକୁ ମନସ୍ଥ କରିଥିଲେ। ସେଠାରେ ଗର୍ଭ ପରୀକ୍ଷା କରିବା ପରେ ସେ ଗର୍ଭବତୀ ଥିବା ଜଣା ପଡିଥିଲା। ତାଙ୍କ ଚତୁର୍ଥ ସନ୍ତାନ ପୁଣି ପୁଅଟିଏ ହୋଇଥିଲା। ୪ ସନ୍ତାନ ସ୍ତ୍ରୀ ଗର୍ଭବତୀ ହୋଇ ଅଉ ଗୋଟିଏ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି।ଗରିବ ତଥା ନିରକ୍ଷର ପରିବାର ହୋଇଥିବାରୁ ଗର୍ଭ ନିୟନ୍ତ୍ରଣ କରିପାରି ନାହାନ୍ତି। ଅସ୍ତ୍ରୋପଚାର ପରେ ଜନ୍ମ ହେଉଥିବା ସନ୍ତାନଙ୍କୁ ଭଗବାନଙ୍କ ଦାନ ବୋଲି କହିଛନ୍ତି ଦମ୍ପତ୍ତା। ଅସ୍ତ୍ରୋପଚାରରେ ଡାକ୍ତରଙ୍କ ତ୍ରୁଟି ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି। ସବୁଜ ପତ୍ରିକା ଧାରୀ ହୋଇ ସରକାରୀ ଲାଭ ପାଇବାକୁ ଲକ୍ଷ ରଖିଥିବା ଟିକି ଏବେ ୫ ଜଣ ସନ୍ତାନକୁ ନେଇ କିପରି ମଣିଷ କରିବେ ଏବଂ ପରିବାର ପୋଷଣ କରିବ ସେନେଇ ଚିନ୍ତାରେ ଅଛନ୍ତି ଏହି ପରିବାରର ଲୋକେ।