September 21, 2023

Times One Odia

Odia News Portal

ଦଲାଲ ସାମ୍ବାଦିକ

1 min read

ଭୁବନେଶ୍ୱର: ଭଲ ଜମୁଛି ବୁମ୍ ବେପାର। ଏଥର କାମାକ୍ଷାନଗର। କାହାଣୀ ଏମିତି ଜଣେ ଫୋର ଟୋଂଟିର, ନା ଅଛି ଡିଗ୍ରୀ, ନା ଅଛି ବୈଧ ଚ୍ୟାନେଲର ପ୍ରମାଣ ପତ୍ର। ହେଲେ ଥରେ ଚକା ଗଡିଲେ ବାବୁ ଡିମାଣ୍ଡ କରନ୍ତି ୧୫ ହଜାର। ନହେଲେ କୁହନ୍ତି , ଉପରୁ ପଡିବ ପ୍ରେସର। ଜଣେ ଦଲାଲ ସାମ୍ବାଦିକର କଳା କାରନାମାର ଦସ୍ତାବିଜ୍।

ରାଜଧାନୀ ପରେ କାମାକ୍ଷାନଗରରରେ ଘଟିଥିବା ଆଉ ଜଣେ ଦଲାଲ ସାମ୍ବାଦିକର ପ୍ରମାଣ ଲାଗିଛି ଟାଇମ୍ସ ୱାନ୍ ଓଡିଆ ହାତରେ।
ଏ ବାବୁଙ୍କ ହାତରେ ତିନୋଟି ବୁମ୍ ଅଛି। ଗୋଟିଏ ପ୍ରତିଷ୍ଠିତ ଚ୍ୟାନେଲ୍ କଳିଙ୍ଗ ଟିଭିର ବୁମ୍। ଆମ ସୂତ୍ର କୁହେ କାମାକ୍ଷାନଗରର କଳିଂଗ ଟିଭି ପ୍ରତିନିଧି ହେଉଛନ୍ତି ଦୁଷ୍ମନ୍ତ ମହାନ୍ତି। ହେଲେ ଏହି ବ୍ୟକ୍ତି କିନ୍ତୁ ଦୁଷ୍ମନ୍ତ ମହାନ୍ତି ନୁହଁନ୍ତି।
ତେବେ ତାଙ୍କର ହାତକୁ କଳିଙ୍ଗ ଟିଭିର ବୁମ୍ ଗଲା କେମିତି।
ଖେଳ ଏତିକିରେ ସରିନି। ବାବୁଙ୍କ ହାତରେ ରହିଛି ଆଉ ୨ଟି ବୁମ୍। ଗୋଟିଏ କୋଣାର୍କ ନ୍ୟୁଜର ଅନ୍ୟଟି କଳିଙ୍ଗ ଟିଭିର ବୁମ୍ ତଳେ ଆତ୍ମଗୋପନ କରିଛି। ସେହିପରି ଆମ ସୂତ୍ର କୁହେ କୋଣାର୍କ ନ୍ୟୁଜର ପ୍ରତିନିଧି ହେଉଛନ୍ତି ଭୂପେଶ ରାଉତ।
କିନ୍ତୁ ଏ ବ୍ୟକ୍ତି ଭୂପେଶ ନୁହଁନ୍ତି। ତେବେ ବାବୁଙ୍କ ହାତକୁ ଏ ବୁମ୍ ଗଲା କେମିତି ?

ତେବେ ଚ୍ୟାନେଲର ମାଲିକ କିଏ ସେ ଜାଣିନାହାନ୍ତି। ବୁମ ମେଳରେ କୋଉଟା ତାଙ୍କ ସଂସ୍ଥାର ବୁମ୍ ବୋଧେ ଚିହ୍ନିପାରିନାହାନ୍ତି। ନହେଲେ, ନିଜ ଚ୍ୟାନେଲର ପ୍ରତୀକକୁ ଧରିଥାନ୍ତେ ନିଶ୍ଚୟ। ବାବୁଙ୍କର ବେକରେ ଝୁଲୁଥିବା ନାଲି ଫିତାକୁ ଦେଖନ୍ତୁ ଏବଂ ବ୍ୟାଗରେ ଷ୍ଟକ୍ ଅଛି ଅନେକ ଚ୍ୟାନେଲର ବୁମ୍ । କିନ୍ତୁ ଜାଗା ବଦଳିଲେ ଫିତା ବଦଳେ, ବୁମ୍ ବି ବଦଳିଯାଏ। ହେଲେ ବାବୁ କିନ୍ତୁ ମାନିବାକୁ ନାରାଜ ସେ ଆଉ କୋଉ ଚ୍ୟାନେଲରେ କାମ କରିଛନ୍ତି। ହେଲେ ଏତେ ବୁମ୍ ଆଣିଲ କୋଉଠୁ। ଧରିଛ କେମିତି ? କୋଉ ବୁମ୍ ଆଢୁଆଳରେ ଆଦାୟ କରୁଛ ବଟି ?

ଏ କରିତକର୍ମା ବ୍ୟକ୍ତି ହେଉଛନ୍ତି –
ସରୋଜ ସାହୁ , ଘର ରେକୁଳା , କାମାକ୍ଷାନଗର ସବଡିଭିଜନ୍ ।
ପୂର୍ବରୁ ଆଧାରକାର୍ଡ ବେପାର କରୁଥିବା ଏହି ବ୍ୟକ୍ତି ଏବେ ପ୍ରକୃତରେ କଣ ଜଣେ ସାମ୍ବାଦିକ । ନା ଆଉ କିଛି ଚେହେରା ଲୁଚି ରହିଛି।

ସତରେ ନିଶ୍ଚୟ ପ୍ରେସର ଥିବ। ରୁରାଲ୍ ଅଂଚଳରେ ଗୋଟିଏ ବୁମ୍ ନେଇ ସମ୍ବାଦିକ ସଂଭାଳି ପାରୁନାହାନ୍ତି, ତମେ ତ ୫ରୁ ଅଧିକ ବୁମ୍ର ମାଲିକ । ପ୍ରେସର ନିଶ୍ଚୟ ହଉଥିବ । କାରଣ କମ୍ ନେଲେ ଭାଗ ବି ଛିଡିବନି ।

ବାବୁଙ୍କ ଚକା ଗଡିଲେ କୁଆଡେ ୧୫ ହଜାର। ତା ତଳକୁ କଥା ନାହିଁ। ତା ତଳକୁ କଥା ହେଲେ କୁଆଡେ ଅଫିସରୁ ପ୍ରେସର ଆସେ। ବିଶେଷ ସୂତ୍ରରୁ ଜଣାଯାଏ , ଏହି କରିତକର୍ମାଙ୍କ ଗୋଷ୍ଠୀରେ ଅଛନ୍ତି ଆଉ କିଛି । ସଂଖ୍ୟା ୪ରୁ ୫ । ଯାହା ଆସେ ଭାଗ ହୁଏ । ଯେଉଁଠି ଶିକାରରେ ସରୋଜ ସଫଳ ନହୁଅନ୍ତି, ସେଇଠି ସେ କୁହନ୍ତି ଭାଇ ଆସିବେ । ତେବେ ସେ ଭାଇ ଜଣକ କିଏ ?

()କାମାକ୍ଷାନଗର ଅଂଚଳର ସାମ୍ବାଦିକଙ୍କୁ ମାନିବାକୁ ପଡିବ । ରାସ୍ତା ଉପରେ ଟ୍ରକରୁ , ପୋଲିସ ବଟି ନେଲେ ନ୍ୟୁଜ୍ ହବ । କିନ୍ତୁ ସମ୍ବାଦିକ ଠିକାଦାରଠୁ ବଟି ନେଲେ ସାତ୍ ଖୁନ୍ ମାଫ୍ । ଯେମିତି ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ । କାମାକ୍ଷାନଗର ଅଂଚଳରେ ଏହି ଭିଡିଓ ଭାଇରାଲ ହେଉଥିଲେ ବି କାହାର ଏଥିପ୍ରତି ନଜର ନାହିଁ । କିଛି ଏହିପରି ଠକ ବଦମାସ ଆଉ ଚାରିଶ ବିଶ୍ ଙ୍କ ପାଇଁ ପୁରା ସାମ୍ବାଦିକ ସମାଜ ଆଜିି ବଦନାମ୍ ।

ଏଠି ଟାଇମ୍ସ ୱାନ୍ ଓଡିଆ ପ୍ରଶ୍ନ କରୁଛି
ସରୋଜ ସାହୁ ଏତେ ବୁମ୍ ଧରି କେଳେଙ୍କାରୀ କରୁଥିବା ଘଟଣା ଚ୍ୟାନେଲ କର୍ତୃପକ୍ଷଙ୍କୁ ଜଣାଅଛି ତ ? ସତରେ କଣ ସରୋଜ ଆଦାୟ କରୁଥିବା ବଟିରେ ଅଫିସ ଚାଲେ ?
ସରୋଜ ହାତରେ ଧରିଥିବା ବୁମ୍ କଣ ଅସଲି?
ନା ବାଦାମବାଡି ପଛ ଗଳିରେ ତିଆରି ହୋଇଥିବା ନକଲି ବୁମ୍ ?
ଯାହାକୁ ଢାଲ କରି ସାଂବାଦିକଙ୍କ ନାଁରେ କଳଙ୍କ ବୋଳୁଛନ୍ତି ସରୋଜ ଆଣ୍ଡ୍ କୋ –ା

ଏବେ ସତର୍କ ହେବାର ସମୟ ଆସିଛି। ଆପଣ ସଜାଗ ହୁ୍‌ଅନ୍ତୁ, ନକଲି ସାମ୍ବାଦିକଙ୍କ କାରନାମା ନଜରକୁ ଆସିଲେ ଭିଡିଓ ସୁଟ୍ କରନ୍ତୁ, ଆମକୁ ପଠାନ୍ତୁ । ଆମେ କରିବୁ ଭାଣ୍ଡାଫୋଡ୍ ।

ଜର୍ଣ୍ଣାଲିଷ୍ଟ ଡିରୋକ୍ଟରୀ ଅଭିଜାନ ଓଡିଶାରେ ସାମିଲ ହେବାକୁ ଚାହୁଁଛନ୍ତି କି ।
ଆପଣଙ୍କ ଫଟୋ, ମୋବାଇଲ୍ ନଂବର ଓ ମିଡିଆ କାର୍ଡ ହ୍ୱାଟସ୍ ଆପ୍ କରନ୍ତୁ ,
ବନମାଳୀ ଦାଶ- ହ୍ୱାଟସ୍ ଆପ୍ ନଂବର ୭୦୦୮୪୬୨୩୯୬
ଆମେ ବାଛିବୁ ଅସଲି କିଏ ?

ଇଏ ତ ଗଲା ଅସଲି ସାମ୍ବାଦିକ ପଂଜିକରଣ କଥା । ମୁଖ୍ୟ କଥା ହେଉଛି ଏଭଳି କେଳେଙ୍କାରୀ କରୁଥିବା ବ୍ୟକ୍ତିମାନଙ୍କ ଉପରେ କେବେ ଲାଗିବ ଲଗାମ୍ । ଏହି ଖବର ଉପରେ ରହିବ ଆମ ନଜର ।

Leave a Reply

Your email address will not be published. Required fields are marked *