ସ୍ଵାଧୀନତାର ୭୪ ବର୍ଷ ପରେ ବିଜୁଳି ଦେଖିଲେ ଲୋକ

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ସ୍ଵାଧୀନତାର ୭୪ ବର୍ଷ ପରେ ଆଜି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ର ଲଙ୍କାଗଡ ପଞ୍ଚାୟତ ର ଉଦୟଗିରି ଓ ବୁନ୍ଦେରଙ୍ଗା ଲୋକେ ବିଜୁଳି ଦେଖିଲେ । ମିଞ୍ଜି ମିଞ୍ଜି ହୋଇ ଝାପସା ଆଲୁଅରେ ବର୍ଷବର୍ଷ ଧରି ଜୁଝି ହେଉଥିଲେ, ଏହି ଦୁଇ ଗାଁ ଲୋକେ । ବିଜୁଳି ଆଲୋକ ସତେ ଯେପରି ସେମାନଙ୍କ ପାଇଁ ସାତସପନ ପାଲଟିଥିଲା । ହେଲେ ପୂର୍ବତନ ବିଧାୟକ ରାଜିବ କୁମାର ପାତ୍ରଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରୀକତା ଆଉ . ଦୃଢ ମନୋବଳ ସାଙ୍ଗକୁ କିଛି କରି ଦେଖାଇବାର ଅଦମ୍ୟ ସ।ହାସ ଫଳରେ ବିଳମ୍ବରେ ହେଲେ ବି ତାଙ୍କ ସ୍ଵପ୍ନ ସାକାର ହୋଇପାରିଲା। ରାଜୀବ ବିଧାୟକ ଥିବାବେଳେ ଲଙ୍କାଗଡ଼ ପଞ୍ଚାୟତର ଅତି ଦୁର୍ଗମ ଉଦୟଗିରି ଓ ବୁନ୍ଦେରଙ୍ଗା ଯାଇ ଲୋକ ଙ୍କ ସମସ୍ୟା ବୁଝିଥିଲେ।
ଗାଁରେ ବିଦ୍ୟୁତ ନ ଥିବା ଜାଣି ବିଦ୍ୟୁତ ଆଲୋକ ଯୋଗାଇଦେବ। କୁ ସେତେବେଳେ ପ୍ରତିଶୃତି ଦେଇଥିଲେ ଲୋକଙ୍କୁ। ବିଧାୟକଙ୍କ ନିର୍ଦ୍ଦେଶରେ ବିଦ୍ୟୁତ ସଂଯୋଗ କାମ ବି ଆରମ୍ଭ ହେଲା ହେଲେ ଠିକାଦାରଙ୍କ ଅବହେଳା ଓ ଦୁର୍ନିତୀ ଯୋଗୁଁ କାମ ବିଳମ୍ବ ହେବା ସହ ଅଟକି ରହିଥିଲା। ଏ ଭିତରେ ରାଜୀବଙ୍କ ବିଧାୟକ ପଦବୀ ଚାଲିଯାଇଥିଲା । ହେଲେ ରାଜୀବ କିନ୍ତୁ ପଛଘୁଞ୍ଚା ଦେଇନଥିଲେ କି ଭାଙ୍ଗିପଡି ନ ଥିଲେ। ଅଧୁରା କାମକୁ ସାରିବା ଲାଗି ଆପ୍ରାଣ ଉଦ୍ୟମ କରି କାମ କୁ ସଂପୂର୍ଣ୍ଣ କରିଥିଲେ ।
ଗ୍ରାମବାସୀଙ୍କ ନିମନ୍ତ୍ରଣ କ୍ରମେ ପୂର୍ବତନ ବିଧାୟକ ରାଜୀବ ପାତ୍ର ମୁଖ୍ୟ ଅତିଥିଭାବେ ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷ ପ୍ରକାଶ ପାତ୍ର, ଓ ସରପଞ୍ଚ ହର ପାତ୍ର ପ୍ରମୁଖ ଯୋଗଦେଇ ଏବେ ଗ୍ରାମବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହେଲା। ପିଲାମାନେ ଖୁସିରେ ପାଠ ପଢିପାରିବେ ଆଉ ଟିଭି ଦେଖି ଦେଶ ବିଦେଶର ଖବର ମଧ୍ଯ ଜାଣି ପାରିବେ ବୋଲି କହିଥିଲେ।
ଗ୍ରାମବାସି ମଧ୍ୟ ବିଜୁଳି ଆଲୋକ ପାଇ ପୂର୍ବତନ ବିଧାୟକ, ରାଜୀବ ପ।ତ୍ର, ବ୍ଲକ ଅଧ୍ଯକ୍ଷ .ପ୍ରକାଶ ପାତ୍ର, ଜିଲ୍ଲା ପ୍ରଶାସନ, ଓ ନବୀନ ସରକାର କୁ କୃତଜ୍ଞତା ଜଣାଇଥିଲେ। କେବଳ ନବୀନ ସରକାରଙ୍କ ଯୋଗୁ ଏ ସବୁ ସମ୍ଭବ ହୋଇପାରିଲା ବୋଲି ଗ୍ରାମବାସୀ କହିବା ସହ ଖୁସି ବ୍ୟକ୍ତ କରୁଥିବା ସହଜରେ ବାରି ହୋଇପଡୁଥିଲା। ଆଉ କିଛି ଲୋକ ବିଧ।ୟକ ହେବ ତ ଏମିତି ବୋଲି ମଧ୍ୟ କହୁଥିବା ଶୁଣାଯାଉଥିଲ। । ହେଲେ ଏହି ବିଜୁଳି ଆଲୋକ ସତେ ଯେପରି ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ ବଦଳାଇ ଦେବ ବୋଲି ଅନୁଭବ କରିହେଉଥିଲା ।