September 21, 2023

Times One Odia

Odia News Portal

ଦୁର୍ଗା ପ୍ରସାଦ ଜଙ୍ଗଲରେ ହାତୀର ମୃତ୍ୟୁ: କାରଣ ଅସ୍ପଷ୍ଟ

ଭଞ୍ଜନଗର(ସମୀର ମହାପାତ୍ର): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜ ଦୁର୍ଗାପ୍ରସାଦ ପେନବାଲି ଜଙ୍ଗଲରେ ଏକ ହାତୀର ଶୁକ୍ରବାର ସକାଳେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବରପାଇ ଘଟଣା ସ୍ଥଳରେ ଡିଏଫ୍‌ଓ ଅଭୟକାନ୍ତ ଦଳେଇ, ଏସିଏଫ୍‌ ସୁଦର୍ଶନ ବାଦୀ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ହାତୀଟିର କେଉଁ କାରଣରୁ ମୃତ୍ୟୁ ଘଟିଛି ସେନେଇ ସଠିକ୍‌ ସୂଚନା ମିଳିନାହିଁ। ହାତୀର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଜଙ୍ଗଲରେ ହାତୀର ମୃତ୍ୟୁ ଘଟିବା ପରେ ଅନ୍ୟ ହାତୀମାନେ ଦୀର୍ଘ ସମୟ ଧରି ତାକୁ ଘେରି ରହିଥିଲେ। ଏହା ଦେଖି ନିକଟରେ ଥିବା ଦୁର୍ଗାପ୍ରସାଦ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ। ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲୋକଙ୍କ ଭିଡ଼ ପରେ ମୃତ ହାତୀକୁ ଛାଡ଼ି ଅନ୍ୟ ହାତୀମାନେ ଜଙ୍ଗଲକୁ ଚାଲିଯାଇଥିଲେ। ବର୍ତ୍ତମାନ ହାତୀର ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *